କନକ ବ୍ୟୁରୋ: ଅହମ୍ମଦାବାଦ ରଥଯାତ୍ରାକୁ ଆସିଥିଲେ ୧୮ଟି ହାତୀ । ହେଲେ ମଝିରେ ଘଟିଲା ଅଘଟଣ । କାରଣ ହଠାତ୍ ଦୁଇଟି ହାତୀ ଅଣାୟତ୍ତ ହୋଇ ବ୍ୟାରିକେଡ୍ ଭାଙ୍ଗି ରାସ୍ତାରେ କ୍ଷୀପ୍ର ଗତିରେ ଦୌଡ଼ିଲେ ଦୁଇ ହାତୀ ।

Advertisment

ସବୁ ବର୍ଷ ପରି ଏଥର ମଧ୍ୟ ମହାପ୍ରଭୁଙ୍କ ରଥ ଧୁମଧାମରେ ବାହାରିଥିଲା । କିନ୍ତୁ ରଥଯାତ୍ରା ଆରମ୍ଭର କିଛି ସମୟ ପରେ ଅଘଟଣ ଘଟିଲା । ରଥଯାତ୍ରା ସମୟରେ ହଇଚଇ ସୃଷ୍ଟି ହେଲା । କାରଣ ହଠାତ ଦୁଇଟି ହାତୀ ବିଚ୍ ରାସ୍ତାରେ ପାଗଳ ପରି ଦୌଡ଼ିବାକୁ ଲାଗିଲେ । ଅବଶ୍ୟ କିଛି ସମୟର ଚେଷ୍ଟା ପରେ ହାତୀଙ୍କୁ ନିୟନ୍ତ୍ରଣକୁ ଆଣିଥିଲେ ବନ ବିଭାଗ କର୍ମଚାରୀ ଓ ମାହୁନ୍ତ । କିନ୍ତୁ ଏହି ଘଟଣାରେ ଦୁଇ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ରହିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।