କନକ ବ୍ୟୁରୋ:  ଗଜାନନଙ୍କ ଉଗ୍ର ରୂପ। ଆଗକୁ ଗଣେଶ ପୂଜା ଥିବାବେଳେ, ହାତୀ ପ୍ରସ୍ତୁତ ହୋଇ ରହିଥିବା ସମସ୍ତ ଗଣେଶ ମୂର୍ତ୍ତିର ମୁଣ୍ଡ ଭାଙ୍ଗି ଦେଇଛି। ଏଭଳି ଏକ ଆଶ୍ଚର୍ୟ୍ୟକଲା ଭଳି ଦୃଶ୍ୟ ସାମ୍ନାକୁ ଆସିଛି ଅନୁଗୁଳ ହିନ୍ଦୋଳରୁ । ହିନ୍ଦୋଳ ର ମେରାମୁଣ୍ଡଳୀ ଅଞ୍ଚଳରେ ଗତାକାଲି ରାତିରେ ହାତୀ ପଲ ଆସି ମୂର୍ତ୍ତି ତିଆରି ହେଉଥିବା ଦୋକାନ ଉପରେ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ହାତୀପଲ ସମସ୍ତ ଗଣେଶ ମୂର୍ତ୍ତିର ମୁଣ୍ଡ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଆଗକୁ ଗଣେଷ ପୂଜା ଥିବାରୁ ହାତୀପଲ ପାଇଁ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ମୂର୍ତ୍ତି କାରିଗର ଅଭିଯୋଗ କରିଛନ୍ତି ।