କନକବ୍ୟୁରୋ : ରାଜ୍ୟରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ ।  କାହା ଘର ଭାଙ୍ଗୁଛି ତ’ ଆଉ କାହାର କ୍ଷେତରେ ବସି ଫସଲ ନଷ୍ଟ କରୁଛନ୍ତି ।  ଯାହାକୁ ନେଇ ଅତିଷ୍ଠ ହୋଇପଡ଼ଛନ୍ତି ଅଞ୍ଚଳବାସୀ ।  କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜରେ ଆଠଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି ।  ଧାନ ଅମଳ ସମୟରେ ହାତୀପଲ ଏକର ଏକର ଧାନ ଫସଲ ଦଳି ଦେଇଛନ୍ତି ।

Advertisment

କଟକ ଜିଲ୍ଲା ଆଠଗଡ଼ର ନିଧିପୁର ନିକଟ ଧାନ ବିଲରେ ୨ଟି ହାତୀ ଫସିକି ରହିଥିବାର ଦେଖିବାକୁ ମିଳିଛି ।  ଦେବଗଡ଼ ରିଆମାଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁଣ୍ଢେଇଗୋଲା ଗାଁରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି ।  ଶୌଚ ପାଇଁ ଯାଉଥିବା ସମୟରେ ହାତୀଟି ବ୍ୟକ୍ତି ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା ।  ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅନନ୍ତପୁରର ଅଞ୍ଚଳରେ ୫ ଦିନ ହେଲାଣି ବେଙ୍ଗଲୀ ଦନ୍ତାର ରାଜୁତି ଦେଖିବାକୁ ମିଳୁଛି। ହାତୀଙ୍କୁ ଘଉଡ଼ାଇବାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବନ ବିଭାଗ । 
 

ସେପଟେ ନିଦ ହଜାଇଛି ବେଙ୍ଗଲୀ ଦନ୍ତା ।  ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅନନ୍ତପୁରର ଅଞ୍ଚଳରେ ୫ ଦିନ ହେଲାଣି ସଞ୍ଜ ହେଲେ ଚାଲୁଛି ବେଙ୍ଗଲୀ ଦନ୍ତା ରାଜୁତି । ଉପର ବାରଡ଼ାଙ୍ଗୁଆ ଗାଁରେ ୫୦ରୁ ଅଧିକ ପରିବାର ବସବାସ କରନ୍ତି ।  ଏହି ଗାଁରେ ଶିମିଳିପାଳ ଜଙ୍ଗଲରୁ ଏକ ବେଙ୍ଗଲୀ ଦନ୍ତା ହାତୀ ଆସି ରାଜୁତି ଚଲାଇଛି। କାହାର ଘର ଭାଙ୍ଗି ଦେଲାଣି ତ’ ଆଉ କାହାର କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଚାଉଳ ନଷ୍ଟ କରି ଦେଉଛନ୍ତି ।  ସେହିପରି ତାଳସରି ଏବଂ ଭୁଣ୍ଡାସାହିରେ ମଧ୍ୟ ୫ରୁ ଅଧିକ ଘର ଦନ୍ତା ଭାଙ୍ଗିଦେଇଛି ।  ଭୟରେ ଗ୍ରାମବାସୀ ରାତି ହେଲେ ଛାତ ଉପରେ ପାଲ ଟାଣି ରହୁଛନ୍ତି ।  ଏନେଇ ବନ ବିଭାଗକୁ ଜଣାଇବା ପରେ ବି ବନ ବିଭାଗ ଏଥିପ୍ରତି ଗୁରୁତ୍ବ ଦେଉନଥିବା ଅଭିଯୋଗ ଆସିଛି ।