କନକ ବ୍ୟୁରୋ: କ୍ଷୟ ହେଉଛି ଜଗଂଲ । ଜନବସତି ମୁହାଁ ଜଙ୍ଗଲୀ ଜନ୍ତୁ । ମଣିଷ ଜଙ୍ଗଲ କାଟି କଂକ୍ରିଟ ଜଙ୍ଗଲ କରିବାରେ ଲାଗିଛି । ଆଉ ଯାହାର ପରିଣାମ ଏବେ ଭୋଗିବାକୁ ପଡ଼ୁଛି । ଜଙ୍ଗଲରେ ରହୁଥିବା ବନ୍ୟଜନ୍ତୁ ନିରାପଦ ସ୍ଥାନ ସହ ଖାଦ୍ୟ ଖୋଜିଖୋଜି ଗାଁରେ ପହଞ୍ଚିଲେଣି । କେବେ ସେମାନଙ୍କ ଜୀବନ ଯାଉଛି ପୁଣି ବନ୍ୟଜନ୍ତୁଙ୍କ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଦବସନ୍ତ ଗ୍ରାମରେ ବାଘ ଆତଙ୍କ ।
ଗାଈକୁ ଜଙ୍ଗଲ ଭିତରକୁ ଘୋଷାଡ଼ି ନେଲା ବାଘ l ସେପଟେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଭାଲୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ। ତିନି କୋଷିଆ ଜଙ୍ଗଲକୁ ଛତୁ ଓ ଶୁଖିଲା କାଠ ଆଣିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ସଜନାଗଡ ପଞ୍ଚାୟତ ପାଣବନ୍ଧ ଗାଁର ଶାନ୍ତିଲତା ନାୟକଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ାରେ ଗାଁରୁ ଅଜଗର ଉଦ୍ଧାର କରାଯାଇଛି। କେନ୍ଦୁଝର ଜିଲ୍ଲାର ଯୋଡ଼ାରେ ଜନବସତିକୁ ଆସି ଅସୁସ୍ଥ ହୋଇପଡ଼ିଛି ଛୁଆହାତୀ। ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ଅହିରାଜ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆରୁ ବଜ୍ରକାପ୍ତ ଉଦ୍ଧାର କରି ଜଙ୍ଗଲରେ ଛାଡ଼ଛନ୍ତି ବନ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/10/punachha-prurthivi-2025-10-10-08-47-21.jpg)