କନକବ୍ୟୁରୋ : କେନ୍ଦୁଝର ସଲରାପେଣ୍ଠ ଅଞ୍ଚଳରେ ୨୯ ଟିକିଆ ହାତୀ ଉପଦ୍ରବ। ଧାନ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି ଦନ୍ତାହାତୀ । କ୍ଷୟକ୍ଷତି ଯୋଗୁଁ ଚାଷୀକୂଳ ଚିନ୍ତାରେ ପଡିଛନ୍ତି। ହାତୀ ଭୟରେ ଲୋକମାନେ ରାତି ଉଜାଗର ହେଉଛନ୍ତି । ଗତକାଲି ହାତୀପଲ ରତନପୁର ଆସିବା ବେଳେ ଖପରାଖାଇ ଗାଁରେ ଦୁଇଟି ଘର ଭାଙ୍ଗିଦେଇଛନ୍ତି । ଆଜି ଏହି ୨୯ ଟିକିଆ ହତୀପୋଲ ଭାଟୁଣିଆଁ, ନରସିଂହପୁର, ନୂଆଗାଁ, କେନ୍ଦୁପଶି, ବରଦାପାଳ ରାସ୍ତା ଦେଇ ସଲରାପେଣ୍ଠ ଜଙ୍ଗଲକୁ ପ୍ରବେଶ କରିଛନ୍ତି । ଏହି ଦଳରେ ସମୁଦାୟ ୨୯ଟି ହାତୀ ରହିଛନ୍ତି । ସେଥିରୁ ୧୨ଟି ଦନ୍ତା ହାତୀ, ୧୧ଟି ମାଈ ହାତୀ ଓ ୬ଟି ଛୁଆହାତୀ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ବନବିଭାଗ ଓ ଗଜସାଥି ସେମାନଙ୍କର ଗତିବିଧି ଉପରେ ନଜର ରଖିଛନ୍ତି ।
ପୁଣି ମାତିଲେ ହାତୀ : କେନ୍ଦୁଝର ସଲରପେଣ୍ଠ ଅଞ୍ଚଳରେ ୨୯ ଟିକିଆ ହାତୀଙ୍କ ଉପଦ୍ରବ
କେନ୍ଦୁଝର ସଲରାପେଣ୍ଠ ଅଞ୍ଚଳରେ ୨୯ ଟିକିଆ ହାତୀ ଉପଦ୍ରବ। ଧାନ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି ଦନ୍ତାହାତୀ । କ୍ଷୟକ୍ଷତି ଯୋଗୁଁ ଚାଷୀକୂଳ ଚିନ୍ତାରେ ପଡିଛନ୍ତି
/kanak/media/media_files/2025/09/10/28-2025-09-10-10-56-25.jpg)