ପୋଖରୀରେ ହାତୀଙ୍କ ଜଳକ୍ରୀଡ଼ା ; ହାତୀଙ୍କୁ ଦେଖିବାକୁ ଜମିଲା ଗାଁ ଲୋକଙ୍କ ଭିଡ଼

Advertisment

ଢେଙ୍କାନାଳ ସଡଙ୍ଗୀ ରେଞ୍ଜ ନାଠୁଆ ଗାଁ ନିକଟରେ ଦେଖିବାକୁ ମିଳିଥିଲା ହାତୀ ପଲଙ୍କ ଜଳକ୍ରିଡ଼ା । ୬୧ ଟିକିଆ ହାତୀପଲ ଏକ ପୋଖରୀରେ ଖେଳୁଥିବାର ଖବର ଆସିଥିଲା ।

ଢେଙ୍କାନାଳ ସଡଙ୍ଗୀ ରେଞ୍ଜ ନାଠୁଆ ଗାଁ ନିକଟରେ ଦେଖିବାକୁ ମିଳିଥିଲା ହାତୀ ପଲଙ୍କ ଜଳକ୍ରିଡ଼ା । ୬୧ ଟିକିଆ ହାତୀପଲ ଏକ ପୋଖରୀରେ ଖେଳୁଥିବାର ଖବର ଆସିଥିଲା ।

3

କନକ ବ୍ୟୁରୋ : ପାଣିରେ ଖେଳୁଛନ୍ତି ହାତୀ ପଲ , ଗାଁ ଲୋକେ ରୁଣ୍ଡ ହୋଇଛନ୍ତି ହାତୀଙ୍କ ଏହି ଜଳକ୍ରୀଡ଼ା ଦେଖିବାକୁ  । ଢେଙ୍କାନାଳ ସଡଙ୍ଗୀ ରେଞ୍ଜ ନାଠୁଆ ଗାଁ ନିକଟରେ ଦେଖିବାକୁ ମିଳିଥିଲା ହାତୀ ପଲଙ୍କ ଜଳକ୍ରିଡ଼ା  । ୬୧ ଟିକିଆ ହାତୀପଲ ଏକ ପୋଖରୀରେ ଖେଳୁଥିବାର ଖବର ଆସିଥିଲା  ।  ଏକା ସାଙ୍ଗରେ ଏତେ ସଂଖ୍ୟକ ହାତୀ ଗୋଟିଏ ପୋଖରୀରେ ଜଳ କ୍ରୀଡ଼ା କରିବାର ନିଆରା ଦୃଶ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ୬୧ ଟିକିଆ ହାତୀ ପଲରେ ଅନେକ ଦନ୍ତା ହାତୀ ଓ ମାଇ ହାତୀ ସମେତ ହାତୀ ଶାବକ ରହିଛନ୍ତି ।

ଅନେକ ସମୟ ଧରି ହାତୀପଲ ପାଣିରେ ମସ୍ତି କରିଥିଲେ । ହାତୀଙ୍କୁ ଦେଖିବାକୁ ଗ୍ରାମବାସୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଢେଙ୍କାନାଳ ଜିଲ୍ଲାରେ ଏବେ ୩ଶହରୁ ଅଧିକ ହାତୀ ରହିଛନ୍ତି । ସେଥିରୁ ପ୍ରାୟ ଶହେ ହାତୀ କେବଳ ସଦର ରେଞ୍ଜର ବିଭିନ୍ନ ସ୍ଥାନରେ ରହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe