କନକବ୍ୟୁରୋ : ହାତୀ ପାଇଁ ରାତି ଉଜାଗର । ନିଆଁ ହୁଳା ଧରି ଜଗିଛନ୍ତି ଲୋକେ । ୧୬ ଟିକିଆ ହାତୀପଲ ସ୍ଥାନୀୟ ଅଞ୍ଚଳରେ ପଶି ଫସଲ ନଷ୍ଟ କରିବା ସହ ଆତଙ୍କ ଖେଳାଇଛନ୍ତି । ଯାହାକୁ ନେଇ ଭୟଭୀତ ଅବସ୍ଥା ରହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ହାତୀ ପାଇଁ ବେଗ କମାଇଲା ଏକ୍ସପ୍ରେସ ଟ୍ରେନ୍ । ଖୋର୍ଦ୍ଧା ବାମଡ଼ିହ ନିକଟରେ ୧୬ ଟିକିଆ ହାତୀପଲ ଟ୍ରେନ ଲାଇନ ପାର ହେବା ସମୟରେ ଭଦ୍ରକ ଏକ୍ସପ୍ରେସର ଲୋକୋ ପାଇଲଟ୍ ବେଗ କମାଇଥିବା ଦେଖିବାକୁ ମିଳିଛି । ବନ ବିଭାଗ ଘଟଣା ସ୍ଥଳରେ ପହଁଚି ଡ୍ରୋନ ଜରିଆରେ ଏହି ହାତୀପଲ ଉପରେ ନଜର ରଖିଛନ୍ତି। ସ୍ଥାନୀୟ ଲୋକମାନେ ହାତୀ ଘଉଡ଼ାଇବାକୁ ନିଆଁ ହୁଳାର ସହାୟତା ନେଉଛନ୍ତି । ଏହି ୧୬ଟିକିଆ ହାତୀପଲ ସ୍ଥାନୀୟ ଅଞ୍ଚଳରେ ପଶି ଫସଲ ନଷ୍ଟ କରିବା ସହ ଆତଙ୍କ ଖେଳାଇଛନ୍ତି ।
ଖୋର୍ଦ୍ଧା ବାମଡ଼ିହ ଅଞ୍ଚଳରେ ବଢୁଛି ହାତୀଙ୍କ ଦୌରାତ୍ମ୍ୟ : ଭୟଭୀତ ଅବସ୍ଥାରେ ପୁରା ଗାଁ
ହାତୀ ପାଇଁ ରାତି ଉଜାଗର । ନିଆଁ ହୁଳା ଧରି ଜଗିଛନ୍ତି ଲୋକେ । ୧୬ ଟିକିଆ ହାତୀପଲ ସ୍ଥାନୀୟ ଅଞ୍ଚଳରେ ପଶି ଫସଲ ନଷ୍ଟ କରିବା ସହ ଆତଙ୍କ ଖେଳାଇଛନ୍ତି । ଯାହାକୁ ନେଇ ଭୟଭୀତ ଅବସ୍ଥା ରହିଛନ୍ତି ଗ୍ରାମବାସୀ
/kanak/media/media_files/2025/01/26/CXtGLMi2vKJedHvUKpHt.jpg)