ବଢୁଛି ହାତୀଙ୍କ ଦୌରାତ୍ମ୍ୟ । ନଷ୍ଟ କରୁଛନ୍ତି ଫସଲ ,ଚିନ୍ତାରେ ଚାଷୀ

Advertisment

ବାଲେଶ୍ବର ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳରେ ହାତୀ ଉପଦ୍ରବ । ବ୍ୟାପକ ଚାଷ ନଷ୍ଟ କରୁଛନ୍ତି ଝାଡଖଣ୍ଡି ହାତୀ ପଲ । ଦିନ ତମାମ ଜଙ୍ଗଲରେ ରହୁଥିବା ବେଳେ ରାତିହେଲେ ଜନବସତି ଆଡକୁ ଆସି ଧନ ଜୀବନ ନଷ୍ଟ କରିବା ସହିତ ଫସଲ ନଷ୍ଟ କରୁଛନ୍ତି ।

Updated On

ବାଲେଶ୍ବର ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳରେ ହାତୀ ଉପଦ୍ରବ । ବ୍ୟାପକ ଚାଷ ନଷ୍ଟ କରୁଛନ୍ତି ଝାଡଖଣ୍ଡି ହାତୀ ପଲ । ଦିନ ତମାମ ଜଙ୍ଗଲରେ ରହୁଥିବା ବେଳେ ରାତିହେଲେ ଜନବସତି ଆଡକୁ ଆସି ଧନ ଜୀବନ ନଷ୍ଟ କରିବା ସହିତ ଫସଲ ନଷ୍ଟ କରୁଛନ୍ତି ।

ଅଦ୍ୟତନ ହୋଇଛି
HATI

କନକବ୍ୟୁରୋ :ବାଲେଶ୍ବର ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳରେ ହାତୀ ଉପଦ୍ରବ। ବ୍ୟାପକ ଚାଷ ନଷ୍ଟ କରୁଛନ୍ତି ଝାଡଖଣ୍ଡି ହାତୀ ପଲ । ଦିନ ତମାମ ଜଙ୍ଗଲରେ ରହୁଥିବା ବେଳେ ରାତିହେଲେ ଜନବସତି ଆଡକୁ ଆସି ଧନ ଜୀବନ ନଷ୍ଟ କରିବା ସହିତ ଫସଲ ନଷ୍ଟ କରୁଛନ୍ତି । ରାଇବଣିଆ ଏବଂ ସିମାନ୍ତ ଫଶ୍ଚିମବଙ୍ଗ ଅଞ୍ଚଳରେ ଥିବା ଜଙ୍ଗଲରେ ଝାଡ଼ଖଣ୍ଡ ଏବଂ ଶିମିଳପାଳର ପାଖାପାଖି ୭୦ ଟି ହାତୀ କିଛି ମାସ ହେବ ଡେରା ପକାଇଛନ୍ତି ।

ଏହି ହାତୀ ପଲ ରାଇବଣିଆର ଶ୍ୟାମନଗର ପଞ୍ଚାୟତର କୁଶଗଡ, କେନ୍ଦୁଖୁଣ୍ଟା, କଙ୍କଡାଫେରା, ଛୋଟ ବେଗୁନିଅ, ମହୁଡୁମା ଗ୍ରାମର ପାଖାପାଖି ୫୦ ଏକରରୁ ଅଧିକ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ରାତିରେ ଚାଷ ଜମି ଜଗି ରହୁଛି ଚାଷୀ। ବନବିଭାଗ ସହ ମିଶି ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe