କନକ ବ୍ୟୁରୋ : ଥମୁନି ହାତୀ ଉପଦ୍ରବ। ବଣାଇ ରେଞ୍ଜରେ ହାତୀ ପଶି ଘରଦ୍ବାର ଭାଙ୍ଗିବା ସହ ଘରେ ପଶି ଚାଉଳ ଖାଇଯାଇଛି। ସୁନ୍ଦରଗଡ ବଣାଇ ରେଞ୍ଜ ବଡପୋଷ ଗାଁରେ ହାତୀ ଆତଙ୍କ ଥମିବାର ନାଁ ନେଉନି । ଗତକାଲି ଆଉ ଏକ ଗୋଠଛଡ଼ା ଦନ୍ତା ହାତୀ ନଦୀ ପାର ହୋଇ ରାତିରେ ଗାଁରେ ଆତଙ୍କ ଖେଳାଇଛି। ଟପୋ ସାହିରେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହିତ ଧାନ ଚାଉଳ ନଷ୍ଟ କରିଛି। ଖାଦ୍ୟ ଅନ୍ୱେଷଣରେ ଏକ ଦନ୍ତା ହାତୀ ଘର ପଛ ପଟେ ହାତୀ ଘର କାନ୍ଥ ଭାଙ୍ଗି ଥିଲା ଫଳରେ ବ୍ୟକ୍ତିଙ୍କ ପରିବାର ଅଳ୍ପରୁ ବର୍ତ୍ତି ଯାଇଛନ୍ତି । ସେହିଭଳି କିଛି ଦିନ ପୂର୍ବରୁ ମଧ୍ୟ ହାତୀଟି ଧରଣୀଧର ପାଲିରେ ରହି ଅନେକ କ୍ଷୟକ୍ଷତି କରିଛି। ରାତି ହେଲେ ହାତୀ ବାହାରି ବୁଲୁଥିବା ବେଳେ ବନବିଭାଗ ଦ୍ୱାରା ତାକୁ ଘଉଡାଇବା ଉଦ୍ୟମ ଜାରି ରହିଛି । ହେଲେ ହାତୀ ଜଙ୍ଗଲ ଯାଇ ପୁଣି ଫେରିଆସୁଛି । ଯାହାକୁ ନେଇ ବନବିଭାଗର ଚିନ୍ତା ବଢିବାରେ ଲାଗିଛି ।
ସୁନ୍ଦରଗଡ଼ ବଣାଇରେ ଆତଙ୍କ ଖେଳାଉଛି ହାତୀ, ବାରମ୍ବାର ଜଙ୍ଗଲରୁ ଫେରୁଥିବା ବେଳେ ବଢ଼ୁଛି ବନବିଭାଗର ଚିନ୍ତା
ଗତକାଲି ଆଉ ଏକ ଗୋଠଛଡ଼ା ଦନ୍ତା ହାତୀ ନଦୀ ପାର ହୋଇ ରାତିରେ ଗାଁରେ ଆତଙ୍କ ଖେଳାଇଛି। ଟପୋ ସାହିରେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହିତ ଧାନ ଚାଉଳ ନଷ୍ଟ କରିଛି। ଖାଦ୍ୟ ଅନ୍ୱେଷଣରେ ଏକ ଦନ୍ତା ହାତୀ ଘର ପଛ ପଟେ ହାତୀ ଘର କାନ୍ଥ ଭାଙ୍ଗି ଥିଲା ଫଳରେ ବ୍ୟକ୍ତିଙ୍କ ପରିବାର ଅଳ୍ପରୁ ବର୍ତ୍ତି ଯାଇଛନ୍ତି ।
/kanak/media/media_files/2025/07/30/28-2025-07-30-13-27-52.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)