କନକବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଗତକାଲି ସନ୍ଧ୍ୟାରୁ ଏକ ଜଙ୍ଗଲୀ ଦନ୍ତା ହାତୀ ଉପଦ୍ରବ ମଚାଇ ଆଜି ସକାଳେ ଜଣେ ଜଣେ ବୃଦ୍ଧଙ୍କ ଜୀବନ ନେଇଛି । ହାତିଟି ଏବେ ଜନବସତି ଅଭିମୁଖା ହେଉଥିବାବେଳେ ଦନ୍ତାକୁ ନେଇ ଅଂଚଳରେ ଭୟର ବାତାବରଣ ଛାଇ ଯାଇଛି । ସୂଚନା ମୁତାବକ, ଗତକାଲି ସନ୍ଧ୍ୟରେ କୁଳଢିଆ ଅଭୟାରଣ୍ୟ ହଦଗଡ଼ ରେଞ୍ଜ ଜଙ୍ଗଳରୁ ୨ ଟି ହାତୀ ଜନବସତି ଅଭିମୁଖା ହୋଇ କୁପାରୀ ଶାରୀଶୁଆ ପାହାଡ଼ ପାଦଦେଶରେ ଥିବା ବାଗେଇପୁର ଗ୍ରାମକୁ ପଶିଥିଲେ ।
ଖବର ପାଇ କୁପାରୀ ବନ କର୍ମଚାରୀମାନେ ତାଙ୍କୁ ଘଉଡ଼ାଇବା ଆରମ୍ଭ କରିଥିଲେ । ମାତ୍ର ଗୋଟେ ହାତୀ ପୁନର୍ବାର ଜଙ୍ଗଲ ପେରିଯାଇଥିବା ବେଳେ ଆଉ ଗୋଟେ ଦନ୍ତା ହାତୀ ଫସଲ ବାଡ଼ ଆଦି ନଷ୍ଟ କରି ପାହାଡ଼ରୁ ୨୦ କିଲୋମିଟର ଦୂରରେ ଥିବା ଶୁଣ୍ଢୀରା ଗଣ୍ଡିବେଡ଼ ପଞ୍ଚାୟତ ଅଧୀନସ୍ଥ ନୂଆସାହି ପୂର୍ବପଡା ଗ୍ରାମର ସୁରେନ୍ଦ୍ର ପ୍ରସାଦ ଦାସଙ୍କ (୬୩) ଜୀବନ ନେଇଛି ।
ଅଧିକ ପଢନ୍ତୁ... ରୋଗୀଙ୍କୁ ମିଳୁନି ବାହାରେ ପଡିଛି ମେଡିସିନ୍ : ବାଲେଶ୍ବର ରସାଳପୁରରୁ ଆସିଛି ଏଭଳି ଦୃଶ୍ୟ
ଶ୍ରୀ ଦାସ ସକାଳେ ଘର ପାଖରେ ଛିଡ଼ା ହୋଇଥିବାବେଳେ କିଛି ଲୋକମାନେ ହାତୀକୁ ଦେଖି ପାଟି କରିବାରୁ ସେ ବୁଲି ଯାଇ ତାଙ୍କୁ ତଳେ ପକାଇ ଦଳି ଦେଇଥିଲା । ଗ୍ରାମବାସୀ ମାନେ ଘଉଡ଼ାଇବାରୁ ହାତୀଟି ପଳାଇଥିଲା । ତୁରନ୍ତ ଉପରେ ଘରଲୋକମାନେ ସୁରେନ୍ଦ୍ରଙ୍କୁ ଉଠାଇ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କୁପାରୀ ଓ ଔପଦା ବନ କର୍ମଚାରୀ ହାତୀକୁ କାବୁ କରିବାକୁ ପ୍ରୟାସ ଚଳାଇଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ଖାମଖିଆଲିଆ ନୀତି ଯୋଗୁଁ ଜୀବନ ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/19/13-2025-12-19-12-57-20.jpg)