କନକବ୍ୟୁରୋ : କରଞ୍ଜିଆ ଜଙ୍ଗଲରେ ୨୮ ଟିକିଆ ହାତୀପଲ, ଆତଙ୍କିତ ଅବସ୍ଥାରେ ବନଖଣ୍ଡକୁ ଲାଗି ରହିଥିବା ଗାଁର ଲୋକେ । ହାତୀ ଘଉଡ଼ାଇବାକୁ ପାଇଁ ବନବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ଦେଓ ନଦୀ ପାର ହୋଇ ଏହି ବଡ଼ ହାତୀପଲ ବଡ଼ଦେଉଳି ଗାଁରେ ପ୍ରବେଶ କରିଥିବା କରଞ୍ଜିଆ ଡିଏଫଓ ଶ୍ରୀକାନ୍ତ ନାଏକ ସୂଚନା ଦେଇଛନ୍ତି ।
ଏହି ହାତୀପଲ ଆସିଥିବା ବାଟରେ ବ୍ୟାପକ ଫସଲ ନଷ୍ଟ କରିଥିବା ବେଳେ ଏଯାଏଁ କୌଣସି ବଡ଼ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି , ଦେଢ଼ ମାସ ପରେ ପୁଣିଥରେ ହାତୀପଲ କରଞ୍ଜିଆ ବନଖଣ୍ଡକୁ ଫେରିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଏନେଇ ଭୟ ବଢିଛି । ସେପଟେ କରଞ୍ଜିଆ ବନଖଣ୍ଡ ଅଧିନ ଦୁଧିଆଣି ରେଞ୍ଜରେ ମଧ୍ୟ ଶିମିଳିପାଳ ଜଙ୍ଗଲରୁ ୩ଟି ହାତୀ ଆସି କୋଇତା ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।