ଖୋର୍ଦ୍ଧା ବନଖଣ୍ଡ ବାମଡିହରେ ହାତୀପଲକୁ ନେଇ ଆତଙ୍କ । ଫସଲ ଖାଇବା ପାଇଁ ଗାଁ ମୁହାଁ ହେଉଛନ୍ତି ହାତୀ ।

Advertisment

୧୬ଟିକିଆ ହାତୀପଲ ପାଇଁ ନାକେଦମ ବନବିଭାଗ । ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ପରେ ସନ୍ଧ୍ୟା ହେଲେ ଲାଇନ କାଟି ଦେଉଛି ବିଭାଗ ।

୧୬ଟିକିଆ ହାତୀପଲ ପାଇଁ ନାକେଦମ ବନବିଭାଗ । ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ପରେ ସନ୍ଧ୍ୟା ହେଲେ ଲାଇନ କାଟି ଦେଉଛି ବିଭାଗ ।

ଆତଙ୍କ ଖେଳାଉଛନ୍ତି ହାତୀପଲ

 କନକ ବ୍ୟୁରୋ : ଖୋର୍ଦ୍ଧା ବନ ଖଣ୍ଡ ବେଗୁନିଆ ବ୍ଲକ ବାମଡିହରେ ହାତୀପଲକୁ ନେଇ ଆତଙ୍କ। ଫସଲ ଖାଇବା ପାଇଁ ଗାଁ ମୁହାଁ ହେଉଛନ୍ତି ହାତୀ। କିଛି ଦିନ ଧରି ୧୬ଟିକିଆ ହାତୀପଲ ବିଭିନ ଗାଁକୁ ପଶି ଆତଙ୍କ ଖେଳାଇ ଆସୁଛନ୍ତି । କିଛି ଦିନ ତଳେ କଣିପାରିରେ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ପରେ ଏବେ ସନ୍ଧ୍ୟା ହେଲେ ବିଦ୍ୟୁତ କାଟି ଦେଉଛି ବିଭାଗ। ହାତୀପଲ ପାଇଁ ଅନେକ ଗାଁ ଅନ୍ଧାରରେ। ୫୭ ନମ୍ବର ଜାତୀୟ ରାଜପଥ ନିକଟବର୍ତୀ ଅଂଚଳରେ ହାତୀପଲ ରହିଛନ୍ତି ।

ରାଉତପଡା, ପରିଚ୍ଛଳ, କଣିପାରି ଅଂଚଳ ପରେ ଏବେ ବାମଡ଼ିହ ସିମୋର ଅଂଚଳ ମୁହାଁ ହୋଇଛି ହାତୀପଲ। ବନବିଭାଗ କେବଳ ଡ୍ରୋନ ସାହାଯ୍ୟରେ ଗତିବିଧି ଦେଖୁଥିବା ବେଳେ ଏହା ଭିତରେ ୨୦ରୁ ଅଧିକ ଦିନ ବିତିଗଲାଣି । ହେଲେ ହାତୀଭୟରୁ ମୁକୁଳି ପାରୁନାହାନ୍ତି ଗ୍ରାମବାସୀ । ବାମଡିହ, ବାଘମରି, ସିମୋର ସମେତ ୨୦ଟି ଗାଁ ୫ଦିନ ହେଲା ଅନ୍ଧାରରେ ରହିଛି । ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏବେ ହାତୀକୁ ଘଉଡ଼ାଇବାକୁ ପ୍ରୟାସ କରୁଛି ବନବିଭାଗ। ବାମଡିହ ଓ ଚଣ୍ଡିଆପଲ୍ଲା ମଧ୍ୟବର୍ତୀ ଅଂଚଳରେ ରହିଛନ୍ତି ହାତୀପଲ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe