ଦେବଗଡ଼ ରିଆମାଳରେ ହାତୀ ଆତଙ୍କ, ବୃଦ୍ଧାଙ୍କୁ ଦଳିଦେଲା ହାତୀ, ସୁନ୍ଦରଗଡ଼ ଓ କେନ୍ଦୁଝରରେ ହାତୀ ଆକ୍ରମଣରେ ୨ ମୃତ

ଘରୁ ଟାଣି ଆଣି କଚାଡି ମାରିଲା ଦନ୍ତା। ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ସାନଇନ୍ଦୁପୁରର ଗିରୱାଲ ହାଟିଙ୍ଗରେ ଶିବରାମ ବଡାଇକଙ୍କ ମୃତ୍ୟୁ ହୋଇଛି । ଘରେ ଶୋଇଥିବା ବେଳେ ଏକ ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣ ରେ ଆସି ପ୍ରଥମେ ଘର ଭାଙ୍ଗିଥିଲା ପରେ ଶିବରାମଙ୍କୁ ଟାଣି କଚାଡି ମାରିଥିଲା। ମୃତ ଶିବରାମ ବଡାଇକଙ୍କ ମୃତଦେହ ପଡିରହିଥିବା ବେଳେ କାଲି ରାତିଠାରୁ ଏବେ ଯାଏଁ ବନ ବିଭାଗ ପହଞ୍ଚି ନାହାଁନ୍ତି ଯାହା ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ଅନ୍ୟପଟେ ଏ ଦନ୍ତା ଏ ଅଞ୍ଚଳରେ ୨୦ ରୁ ଅଧିକ ଜୀବନ ନେଇଥିବା ବେଳେ ବହୁ କ୍ଷୟକ୍ଷତି ଘଟାଇ ଚାଲିଛି।

13

କନକ ବ୍ୟୁରୋ :   ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ଦେବଗଡ ଜିଲ୍ଲା କୁଣ୍ଢେଇଗୋଲା ଫରେଷ୍ଟ ସେକ୍ସନର କୁରଡପଶି ଗାଁର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ବୃଦ୍ଧ ଜଣଙ୍କ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ସ୍ଥାନୀୟ ଲୋକମାନେ ବନ ବିଭାଗ ଓ ପୋଲିସକୁ ସୂଚନା ଦେବାପରେ ରେଞ୍ଜର ନିରଞ୍ଜନ ଧରୁଆ, ଫରେଷ୍ଟର ମନ୍ମଥ ବେହେରା, କୁଣ୍ଢେଇଗୋଲା ଥାନା ଅଧିକାରୀ ଜନ୍‌ କୁଜୁର ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଶବ ବ୍ୟବଚ୍ଛେଦ ପାଇଁ ମୃତକଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପ୍ରତିବର୍ଷ ହାତୀ ଆକ୍ରମଣରେ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଉକ୍ତ ଅଂଚଳରୁ ଟ୍ରାଙ୍କୁଲାଇଜ କରି ହାତୀ ଘଉଡ଼ାଇବା ପାଇଁ ବାରମ୍ବାର ଦାବି ହେଉଛି।

ଘରୁ ଟାଣି ଆଣି କଚାଡି ମାରିଲା ଦନ୍ତା। ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ସାନଇନ୍ଦୁପୁରର ଗିରୱାଲ ହାଟିଙ୍ଗରେ ଶିବରାମ ବଡାଇକଙ୍କ ମୃତ୍ୟୁ ହୋଇଛି । ଘରେ ଶୋଇଥିବା ବେଳେ ଏକ ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣ ରେ ଆସି ପ୍ରଥମେ ଘର ଭାଙ୍ଗିଥିଲା ପରେ ଶିବରାମଙ୍କୁ ଟାଣି କଚାଡି ମାରିଥିଲା। ମୃତ ଶିବରାମ ବଡାଇକଙ୍କ ମୃତଦେହ ପଡିରହିଥିବା ବେଳେ କାଲି ରାତିଠାରୁ ଏବେ ଯାଏଁ ବନ ବିଭାଗ ପହଞ୍ଚି ନାହାଁନ୍ତି ଯାହା ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ଅନ୍ୟପଟେ ଏ ଦନ୍ତା ଏ ଅଞ୍ଚଳରେ ୨୦ ରୁ ଅଧିକ ଜୀବନ ନେଇଥିବା ବେଳେ ବହୁ କ୍ଷୟକ୍ଷତି ଘଟାଇ ଚାଲିଛି।

ହାତୀଙ୍କ ଜଳକ୍ରୀଡ଼ା। ପାଣିରେ ଖେଳୁଛନ୍ତି ହାତୀ ପଲ। ଢେଙ୍କାନାଳ ସଡଙ୍ଗୀ ରେଞ୍ଜ ନାଠୁଆ ଗାଁ ନିକଟରୁ ଆସିଲା ହାତୀ ପଲଙ୍କ ରୋଚକ ଦୃଶ୍ୟ । ୬୧ ଟିକିଆ ହାତୀପଲ ଏକ ପୋଖରୀରେ ଖେଳୁଥିବାର ଦେଖିବାକୁ ମିଳିଛି। ଏକସାଙ୍ଗରେ ଏତେ ସଂଖ୍ୟକ ହାତୀ ଗୋଟିଏ ପୋଖରୀରେ ଜଳ କ୍ରୀଡ଼ା କରିବାର ନିଆରା ଦୃଶ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ୬୧ ଟିକିଆ ହାତୀ ପଲରେ ଅନେକ ଦନ୍ତା ହାତୀ ଓ ମାଇ ହାତୀ ସମେତ ହାତୀ ଶାବକ ରହିଛନ୍ତି। ଅନେକ ସମୟ ଧରି ହାତୀପଲ ପାଣିରେ ମସ୍ତି କରିଥିଲେ। ହାତୀଙ୍କୁ ଦେଖିବାକୁ ଗ୍ରାମବାସୀଙ୍କ ଭିଡ ଦେଖିବାକୁ ମିଳିଥିଲା। ଢେଙ୍କାନାଳ ଜିଲ୍ଲା ରେ ଏବେ ୩ଶହରୁ ଅଧିକ ହାତୀ ରହିଛନ୍ତି। ସେଥିରୁ ପ୍ରାୟ ଶହେ ହାତୀ କେବଳ ସଦର ରେଞ୍ଜ ର ବିଭିନ୍ନ ସ୍ଥାନରେ ରହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe