କନକ ବ୍ୟୁରୋ:  ଦେଓଗାଁରେ ହାତୀ ଆତଙ୍କ । ହାତୀଙ୍କୁ ଧରିବାକୁ ନାକେଦମ୍ ବନ କର୍ମଚାରୀ। ଚାଷ କାର୍ଯ୍ୟକୁ ନେଇ ଚିନ୍ତିତ ଚାଷୀ। ବଲାଙ୍ଗୀର ବନାଞ୍ଚଳ ଅନ୍ତର୍ଗତ ମଠଖାଇ ସଂରକ୍ଷିତ ଜଙ୍ଗଲ ଭିତରେ ଘୁରି ବୁଲୁଥିବା ୧୩ ଟିକିଆ ହାତୀ ପଲଙ୍କ ପାଇଁ ଚିନ୍ତାରେ ଦେଓଗାଁ ବ୍ଲକ ଚାଷୀ। ଏହି ହାତୀ ପଲ ଚାଷ ଆରମ୍ଭ ଓ ଚାଷ ଅମଳ ବେଳେ ଆସି ବିଲରେ ଘୁରି ବୁଲୁଛନ୍ତି । ଫଳରେ ନିଜ ଚାଷକୁ ଚାଷୀ କେମିତି ସୁରକ୍ଷା ଦେବ ତାକୁ ନେଇ ଚିନ୍ତାରେ ପଡ଼ିଛି  ।

Advertisment

କିଛିଦିନ ଏହି ହାତୀ ପଲ ଆଠଗାଁ ଫରେଷ୍ଟ ସେକ୍ସନର ଘୁରି ବୁଲିବା ପରେ ଗତକାଲି ଦେଓଗାଁ ବନାଞ୍ଚଳରେ ପ୍ରବେଶ କରି ପତରା ଜଙ୍ଗଲରେ ରହିଥିବା ସୂଚନା ମିଳିଛି । ତେବେ ହାତୀର ଗତିବିଧି ବନକର୍ମଚାରୀ ସଠିକ୍‌ ଭାବେ ନିରୁପଣ କରିପାରୁନାହାଁନ୍ତି । ଯାହା ଚିନ୍ତାର କାରଣ ପାଲଟିଛି । ତେବେ ବତ୍ତର୍ମାନ ଏହି ୧୩ଟିକିଆ ହାତୀପଲ ସଇଁତଳା ପଟକୁ ଯାଇଥିବା ବନକର୍ମଚାରୀ ସୂଚନା ଦେଇଛନ୍ତି ।