ଟ୍ରେନ ଧକ୍କାରେ ଦନ୍ତା ଗୁରୁତର : ବନବିଭାଗ ଓ ରେଳବାଇ ପୁଲିସ ପହଞ୍ଚି ଆରମ୍ଭ କଲା ତଦନ୍ତ

ଟ୍ରେନ୍ ଟ୍ରାକ୍ କଡ଼ରେ ପଡ଼ି ଛଟପଟ ହେଉଛି ହାତୀ । ଜୀବନ ସହ ସଂଗ୍ରାମ କରୁଛି ।

elephant

elephant Photograph: (KanakNews)

କନକ ବ୍ୟୁରୋ : ଟ୍ରେନ ଧକ୍କାରେ ହାତୀ ଗୁରୁତର । ରେଳଧାରଣା ପାର୍ ହେଉଥିବାବେଳେ ପିଟି ହୋଇଗଲା ହାତୀ । ଟ୍ରେନ୍ ଟ୍ରାକ୍ କଡ଼ରେ ପଡ଼ି ଛଟପଟ ହେଉଛି ହାତୀ । ଜୀବନ ସହ ସଂଗ୍ରାମ କରୁଛି । ରାଉରକେଲା ବନଖଣ୍ଡ ରାଜଗାଙ୍ଗପୁର ରେଞ୍ଜ ଶୋନାଖାନ୍ ସେକ୍ସନ ନିକଟରେ ଅଘଟଣ । ଶୋନାଖାନ ବିଟ୍ ଦେଇ ଯାଇଥିବା ରେଳଧାରଣା ନିକଟରେ ଅଘଟଣ । ହାତୀକୁ କୌଣସି ଟ୍ରେନ୍ ଧକ୍କା ଦେଇ ଚାଲିଯାଇଥିବା ଜଣାପଡ଼ିଛି । ହେଲେ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ବନବିଭାଗ କି ରେଳବାଇ ପୁଲିସ ପହଞ୍ଚିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe