ଆଇଡି ବିସ୍ଫୋରଣରେ ହାତୀ ଗୁରୁତର, ଯନ୍ତ୍ରଣାରେ ଛଟପଟ ହେଉଛି ୬ ବର୍ଷର ହାତୀ

ଆଇଇଡି ବିସ୍ଫୋରଣରେ ଗୁରୁତର ହାତୀ । ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କଏଦ ହେଲା ଭିଜୁଆଲ । ସରଣ୍ଡା ଜଙ୍ଗଲରେ ନିଖୋଜ ଥିବାବେଳେ ଏବେ ମିଳିଲା ପତ୍ତା । ଅପରେସନ ବନ୍ଦ ଯୋଗୁ ହୋଇପାରୁନି ଉଦ୍ଧାର କାର୍ଯ୍ୟ ।

28-elephant

କନକ ବ୍ୟୁରୋ: ନକ୍ସଲ ଆଇଇଡି ବିସ୍ଫୋରଣରେ ହାତୀ ଗୁରୁତର । ଯନ୍ତ୍ରଣାରେ ଛଟପଟ ହେଉଥିବା ହାତୀର କଏଦ ହୋଇଛି ଭିଜୁଆଲ । ସରଣ୍ଡା ଜଙ୍ଗଲରେ ୬ ବର୍ଷର ହାତୀଟି ଗୁରୁତର ଆହତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ ଦ୍ବାରା ବିଛାଯାଇଥିଲା ଲ୍ୟାଣ୍ଡମାଇନ୍‌ । ଆଉ ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇ ହାତୀଟି ଗୁରୁତର ଭାବେ ଆହତ ହୋଇଛି । ହାତୀର ଗୋଟିଏ ଗୋଡ଼ ନଷ୍ଟ ହୋଇଯାଇଥିବା ବେଳେ ଜଙ୍ଗଲରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି । ଡ୍ରୋନ୍ କ୍ୟାମେରାରୁ ଏହି ଚିତ୍ର ସ୍ପଷ୍ଟ ହୋଇଛି । ଘଟଣାଟି ଗତ ଜୁନ୍ ୨୫ରେ ଘଟିଥିବା ଅନୁମାନ କରାଯାଉଛି । ତେବେ ହାତୀଟିକୁ ଜୁନ୍ ୨୫ରେ ଶେଷଥର ସରଣ୍ଡାର ଦୀଘା ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଆହତ ହାତୀ ପ୍ରାୟ ଗୋଟିଏ ସପ୍ତାହ ହେବ ସରଣ୍ଡା ଜଙ୍ଗଲରେ ନିଖୋଜ ରହିଥିଲା । ବର୍ତ୍ତମାନ ସବୁଠି ଅଧିକ ମାତ୍ରାରେ ଲ୍ୟାଣ୍ଡମାଇନ୍ ବିଛା ଯାଇଥିବାବେଳେ ଅପରେସନ ବନ୍ଦ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe