ଟ୍ରେନ ଧକ୍କାରେ ଗୁରୁତର ହାତୀକୁ ନିଆଗଲା ନନ୍ଦନକାନନ, ରାଜଗାଙ୍ଗପୁର ସୋନାଖାନ ଷ୍ଟେସନ୍ ନିକଟରେ ଗୁରୁତର ହୋଇଥିଲା ଦନ୍ତା

Advertisment

ରାଜଗାଙ୍ଗପୁର ସୋନାଖାନ ଷ୍ଟେସନ୍ ନିକଟରେ ଗୁରୁତର ହୋଇଥିଲା ଦନ୍ତା । କ୍ରେନ ଯୋଗେ ପଠାଇଲା ବନ ବିଭାଗ ।

ରାଜଗାଙ୍ଗପୁର ସୋନାଖାନ ଷ୍ଟେସନ୍ ନିକଟରେ ଗୁରୁତର ହୋଇଥିଲା ଦନ୍ତା । କ୍ରେନ ଯୋଗେ ପଠାଇଲା ବନ ବିଭାଗ ।

ନନ୍ଦନକାନନ ଆସୁଛି ଗୁରୁତର ହାତୀ

ନନ୍ଦନକାନନ ଆସୁଛି ଗୁରୁତର ହାତୀ Photograph: (KanakNews)

କନକ ବ୍ୟୁରୋ: ଟ୍ରେନ ଧକ୍କାରେ ଗୁରୁତର ହାତୀକୁ ଚିକିତ୍ସା ପାଇଁ ନିଆଗଲା ନନ୍ଦନକାନନ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ସୋନାଖାନ ଷ୍ଟେସନ ନିକଟରେ ଏକ ଦନ୍ତା ହାତୀ ଟ୍ରେନ ଧକ୍କାରେ ଗୁରୁତର ହୋଇଛି । ବନ ବିଭାଗ ପକ୍ଷରୁ ହାତୀକୁ ଉଦ୍ଧାର କରି ଏକ ସ୍ୱତନ୍ତ୍ର ଗାଡି ଯୋଗେ ଚିକିତ୍ସାପାଇଁ ନନ୍ଦନ କାନନ କୁ ପଠା ଯାଇଛି।ହାୱଡ଼ା ମୁମ୍ବାଇ ରେଳ ପଥ ରେ ରାଜଗାଙ୍ଗପୁର ନିକଟସ୍ଥ ସୋନାଖାନ ଓ ସାଗରା ରେଳ ଷ୍ଟେସନ ମଝିରେ ଆଜି ବଡ଼ି ଭୋରରେ ଟ୍ରେନ ଧକ୍କାରେ ଏକ ହାତୀ ଗୁରୁତର ଆହତ ହୋଇଛି । 

ସୂଚନା ମୁତାବକ ଆଜି  ବଡ଼ି ଭୋର ପ୍ରାୟ ସାଢ଼େ ୫ ଟା ରେ ଡାଉନ ଟ୍ରାକରେ ଗରିବ ରଥ ଝାରସୁଗୁଡାରୁ ରାଉରକେଲା ପଟକୁ ଯାଉଥିବା  ସମୟରେ ହାତୀ କୁ ଆଘାତ ଦେଇଥିଲା । ହାତୀ ଟି ରେଳ ଟ୍ରାକରେ ପଡିରହିଥିବା ବେଳେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯନ୍ତ୍ରଣାରେ ହାତୀ ଟି ଛଟ ପଟ ହେଉଥିବା ଦେଖିବାକୁ ମିଳିଛି ।  କ୍ରେନ ଯୋଗେ ହାତୀ କୁ ଉଠାଇ ଏକ ସ୍ୱତନ୍ତ୍ର ଗାଡି ଯୋଗେ ନନ୍ଦନକାନନ କୁ ପଠାଯାଇଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe