କନକ ବ୍ୟୁରୋ: ଟ୍ରେନ ଧକ୍କାରେ ଗୁରୁତର ହାତୀକୁ ଚିକିତ୍ସା ପାଇଁ ନିଆଗଲା ନନ୍ଦନକାନନ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ସୋନାଖାନ ଷ୍ଟେସନ ନିକଟରେ ଏକ ଦନ୍ତା ହାତୀ ଟ୍ରେନ ଧକ୍କାରେ ଗୁରୁତର ହୋଇଛି । ବନ ବିଭାଗ ପକ୍ଷରୁ ହାତୀକୁ ଉଦ୍ଧାର କରି ଏକ ସ୍ୱତନ୍ତ୍ର ଗାଡି ଯୋଗେ ଚିକିତ୍ସାପାଇଁ ନନ୍ଦନ କାନନ କୁ ପଠା ଯାଇଛି।ହାୱଡ଼ା ମୁମ୍ବାଇ ରେଳ ପଥ ରେ ରାଜଗାଙ୍ଗପୁର ନିକଟସ୍ଥ ସୋନାଖାନ ଓ ସାଗରା ରେଳ ଷ୍ଟେସନ ମଝିରେ ଆଜି ବଡ଼ି ଭୋରରେ ଟ୍ରେନ ଧକ୍କାରେ ଏକ ହାତୀ ଗୁରୁତର ଆହତ ହୋଇଛି । 

Advertisment

ସୂଚନା ମୁତାବକ ଆଜି  ବଡ଼ି ଭୋର ପ୍ରାୟ ସାଢ଼େ ୫ ଟା ରେ ଡାଉନ ଟ୍ରାକରେ ଗରିବ ରଥ ଝାରସୁଗୁଡାରୁ ରାଉରକେଲା ପଟକୁ ଯାଉଥିବା  ସମୟରେ ହାତୀ କୁ ଆଘାତ ଦେଇଥିଲା । ହାତୀ ଟି ରେଳ ଟ୍ରାକରେ ପଡିରହିଥିବା ବେଳେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯନ୍ତ୍ରଣାରେ ହାତୀ ଟି ଛଟ ପଟ ହେଉଥିବା ଦେଖିବାକୁ ମିଳିଛି ।  କ୍ରେନ ଯୋଗେ ହାତୀ କୁ ଉଠାଇ ଏକ ସ୍ୱତନ୍ତ୍ର ଗାଡି ଯୋଗେ ନନ୍ଦନକାନନ କୁ ପଠାଯାଇଛି ।