କନକ ବ୍ୟୁରୋ: ବଲାଙ୍ଗୀର ଖପ୍ରାଖୋଲରେ ହାତୀ ଆତଙ୍କ। ଭାନପୁର ପଞ୍ଚାୟତର ଚାବ୍ରିପାଲି ଗାଁରେ ଦମ୍ପତ୍ତିଙ୍କୁ ଦଳିଦେଲା ଦନ୍ତା। ଗାଁ ଭିତରେ ହାତୀଟି ପଶି ଦୁଇ ଜଣଙ୍କୁ ଦଳି ଦେଇଛି ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ଜଣ ହେଲେ ନୀଳାମ୍ବର ବରିହା ଓ ଜୟନ୍ତୀ ବରିହା। ରାତି ତିନିଟା ବେଳେ ହାତୀଟି ପଶିଆସି ଘର ଭାଙ୍ଗି ଦେଇଥିଲା। ଏହାପରେ ଘରେ ଥିବା ଦୁଇ ଜଣଙ୍କୁ ଦଳିଦେବାରୁ ଉଭୟଙ୍କ ମୃତ୍ୟୁ ହୋଇଛି।
ଦମ୍ପତ୍ତିଙ୍କୁ ଦଳିଦେଲା ଦନ୍ତା; ପାଟଣାଗଡ଼ ଚାବ୍ରିପଲି ଗାଁରେ ହାତୀ ଆତଙ୍କ
Advertisment
Follow Us