କନକ ବ୍ୟୁରୋ: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଝୁମ୍ପାଣ ଅଞ୍ଚଳରେ ହାତୀ ଆତଙ୍କ । ଖାଦ୍ୟ ଅନ୍ୱେଷଣରେ ଏକ ଦନ୍ତାହାତୀ ନିକଟସ୍ଥ ମହାଗିରୀ ପାହାଡ଼ରୁ ଏଠାକୁ ଚାଲିଆସିଥିବା ସନ୍ଦେହ କରାଯାଉଛି । ତେବେ ହାତୀଟି ଏପର୍ୟ୍ୟନ୍ତ କୌଣସି ଧନଜୀବନ କ୍ଷତି କରିନଥିବା ବେଳେ ବନବିଭାଗ ପକ୍ଷରୁ ହାତୀ ଘୋଉଡାଇବାକୁ ଉଦ୍ୟମ ଜାରି ରହିଛି । ହାତୀଟିକୁ ଆଜି ସକାଳୁ ପ୍ରଥମେ ଗୋବରଘାଟି ଅଞ୍ଚଳରେ ଦେଖିବାକୁ ମିଳିଥିଲା । ପରେ ହାତୀଟି ୫୩ ନମ୍ବର ଜାତୀୟ ରାଜପଥ ଦେଇ ଝୁମ୍ପାଣ ଅଞ୍ଚଳରୁ ସୁକିନ୍ଦା ଥାର୍ଡ ରିଜର୍ଭ ବାଟାଲିୟନ ଅଭିମୁଖେ ଚାଲି ଆସିଛି । ଟମକା ଓ ସୁକିନ୍ଦା ବନାଞ୍ଚଳ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ହାତୀଟିକୁ ଜଙ୍ଗଲକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us