କନକବ୍ୟୁରୋ : ରାତି ହେଲେ ହାତୀ ଭୟ । ମାଟି, ବାଉଁଶ ତାଟି ବନ୍ଧା ଘରେ ପିଲା ଛୁଆଙ୍କୁ ଧରି ଜୀବନ ବିକଳରେ ବିତୁଛି ଜୀବନ । ହାତୀପଲ ଗାଁରେ ପଶି ଘରଦ୍ବାର ଭାଙ୍ଗିବା ସହ କରୁଛନ୍ତି ଫସଲ ନଷ୍ଟ । ଏହା ଆଜିର ଘଟଣା ନୁହେଁ ଦୀର୍ଘ ୧୦ ବର୍ଷ ଧରି ଏଭଳି ଅବସ୍ଥାରେ କାଳାତିପାତ କରୁଛନ୍ତି ମୟୂରଭଞ୍ଜ ଅମର୍ଦ୍ଦା ରଙ୍ଗାମାଟିଆ ଅଞ୍ଚଳବାସୀ ।
ରାତି ବଢିବା ସାଙ୍ଗକୁ ଏଠାକାର ଲୋକଙ୍କ ମନରେ ହାତୀକୁ ନେଇ ଭୟ ପଶିଥାଏ । ଏକାଧିକ ହାତୀ ଏକାଠି ହୋଇ ଜନବସତିରେ ପଶି ଘର ଦ୍ବାର ଭାଙ୍ଗିବା ସହ ଫସଲ ମଧ୍ୟ ନଷ୍ଟ କରିଥାନ୍ତି । ତେବେ ହାତୀପଲ ଜନବସତି ମୁହାଁ ହେଲେ ବନବିଭାଗ ପକ୍ଷରୁ କାର୍ଯ୍ୟରତ ଜଗୁଆଳି ସାଇରନ ବଜାଇବା ପରେ ଗାଁ ଲୋକ ସତର୍କ ହୋଇଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/02/jbasFG5B8rQHcagkEVKa.jpg)