କନକ ବ୍ୟୁରୋ: ବାତ୍ୟାରୁ ବର୍ତ୍ତିଗଲା, ହାତୀ ଦଳି ଦେଲା। ବାତ୍ୟା ଦାନାଠାରୁ ବଳିଗଲା ଝାଡ଼ଖଣ୍ଡି ହାତୀଙ୍କ ଆତଙ୍କ । ବାଲେଶ୍ୱର ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି । ୭୦ ଟିକିଆ ହାତୀପଲ ସବୁଜ ଧାନ ବିଲକୁ ଦଳିଚକଟି ନଷ୍ଟ କରି ଦେଇଛନ୍ତି । ଗତ କିଛି ଦିନ ଧରି ରାଇବଣିଆର କୁଶଗଡ଼ ଛୋଟ ହଳଦିଗୁଣ୍ଡି ଗାଁରେ ଧାନ ଚାଷ ନଷ୍ଟ କରି ଚାଲିଛନ୍ତି ହାତୀପଲ । ସ୍ଥାନୀୟ ଲୋକଙ୍କ କହିବା ଆନୁସାରେ, ହାତୀପଲ ପଶ୍ଚିମବଙ୍ଗର ଶାଳଗଡ଼ିଆ ରାସ୍ତା ପାର ହୋଇ ଜଳେଶ୍ୱର କୁଶଗଡ଼ ଗାଁ ଆଡକୁ ଆସିଥିଲେ । ଗ୍ରାମବାସୀ ବନ ବିଭାଗକୁ ହାତୀ ଆସୁଥିବା ଖବର ଦେଇଥିଲେ । ବନ କର୍ମଚାରୀ ଓ ଗଜସାଥି ସଂପୃକ୍ତ ଗ୍ରାମରେ ପହଞ୍ଚିଥିଲେ । ସେତେବେଳକୁ ରାତି ପ୍ରାୟ ୨ଟା ବେଳକୁ ଧାନ ଚାଷ ଦଳିଚକଟି ଦେଇଥିଲେ ୭୦ଟି ହାତୀ । ଗ୍ରାମବାସୀ ଓ ବନ କର୍ମଚାରୀ ହାତୀପଲକୁ ଘଉଡାଇ ଦେଇଛନ୍ତି । ହାତୀ ଗୁଡ଼ିକ ପଶ୍ଚିମବଙ୍ଗର କୁଣ୍ଡଳିବଣୀ ଜଙ୍ଗଲକୁ ଚାଲିଯାଇଛନ୍ତି । କିନ୍ତୁ ପୁଣି ଆସିବାର ଭୟ ରହିଛି । ତେଣୁ କେନ୍ଦୁଖୁଣ୍ଟା, କୁଶଗଡ, କଙ୍କଡ଼ାଫେରା ବେଗୁନିଆ, ଛୋଟ ବେଗୁନିଆ ଓ ମହୁଡୁମା ଆଦି ଗ୍ରାମବାସୀଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛି ବନ ବିଭାଗ ।
ବାତ୍ୟାରୁ ବର୍ତ୍ତିଗଲେ, ହାତୀ ଦଳିଦେଲା । ଉତ୍ପାତ କରୁଛନ୍ତି ୭୦ ଟିକିଆ ହାତୀପଲ ।
ଜଳେଶ୍ୱର ଗ୍ରାମାଞ୍ଚଳରେ ଉତ୍ପାତ କରୁଛନ୍ତି ୭୦ ଟିକିଆ ହାତୀପଲ । ବାତ୍ୟା ଦାନା ଦାଉରୁ ବର୍ତ୍ତି ଯାଇଥିବା ଧାନ ଫସଲକୁ ଦଳିଚକଟି ନଷ୍ଟ କରିଦେଲେ ଗଜରାଜ । କିଛି ଦିନ ଧରି ରାଇବଣିଆର କୁଶଗଡ଼ ଛୋଟ ହଳଦିଗୁଣ୍ଡି ଗାଁରେ ଧାନ ଚାଷ ନଷ୍ଟ କରି ଚାଲିଛନ୍ତି ହାତୀପଲ ।
/kanak/media/media_files/2024/10/28/dvombLJZ74agrxraiWKK.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)