କନକ ବ୍ୟୁରୋ: ଦଳିଦେଲା ଦନ୍ତା । ସମ୍ବଲପୁର ନାକଟିଦେଉଳ ବାନାଞ୍ଚଳ ଘୋଷରାମାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପଥୁରିଆ ଗାଁରେ ହାତୀ ଆତଙ୍କ । ବୁଧୁବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ୫୫ ବର୍ଷୀୟ ବ୍ୟକ୍ତି ଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଲେ ପଥୁରିଆ ଗାଁର ଧୂତ ଦେହୁରୀ । ସେ ଗତ କିଛି ବର୍ଷ ହେଲା ଗାଁ ମୁଣ୍ଡରେ ଏକ କୁଡ଼ିଆ ଘର କରି ଏକାକୀ ରହୁଥିଲେ । ଗତ ରାତିରେ ହାତୀ ଖାଦ୍ୟ ସନ୍ଧାନରେ ଗାଁ ମୁଣ୍ଡ ଜମିକୁ ଆସି ଧୂତ ଦେହୁରୀଙ୍କ କୁଡ଼ିଆ ଘର କୁ ଭାଙ୍ଗି ଦେଇ ତାଙ୍କୁ ଦଳି ଚକଟି ଦେଇଥିଲା । ଆଜି ସକାଳୁ ଗାଁ ଲୋକ ଧାନ କ୍ଷେତକୁ ଯିବାବେଳେ ଧୂତ ଦେହୁରୀଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଦେଖିବାକୁ ପାଇଥିଲେ । ଏବେ ବନ ବିଭାଗ ଅଧିକାରୀ ପହଞ୍ଚି ମୃତଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଦଳିଦେଲା ଦନ୍ତା ; ଅକାଳରେ ଗଲା ୫୫ ବର୍ଷୀୟଙ୍କ ଜୀବନ
ସମ୍ବଲପୁର ନାକଟିଦେଉଳ ବନାଞ୍ଚଳ ପଥୁରିଆ ଗାଁରେ ହାତୀ ଆତଙ୍କ । ବୁଧବାର ବିଳମ୍ବିତ ରାତିରେ ଦନ୍ତା ହାତୀ ଆକ୍ରମଣରେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ । କୁଡ଼ିଆ ଘର ଛାରଖାର କଲା ହାତୀ ।
/kanak/media/media_files/2025/10/02/16-2025-10-02-10-52-28.jpg)