ମାତିଛନ୍ତି ହାତୀ; କରଞ୍ଜିଆରେ ଉତ୍ପାତ କରୁଛନ୍ତି ୨୮ ଟିକିଆ ହାତୀପଲ , ଅନୁଗୁଳରେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ ।ଅଞ୍ଚଳର ବିଭିନ୍ନ ସ୍ଥାନରେ ରହିଛନ୍ତି ୪୭ଟି ହାତୀ । ବନ ବିଭାଗର ଚିନ୍ତା ବଢ଼ାଇଛନ୍ତି ୨୮ ଟିକିଆ ହାତୀପଲ । ଦୁଇଟି ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ ।

21111111111111111

କନକ ବ୍ୟୁରୋ: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । ବିଭିନ୍ନ ସ୍ଥାନରେ ଅଛନ୍ତି ୪୭ଟି ହାତୀ । ତେବେ ବନ ବିଭାଗର ଚିନ୍ତା ବଢ଼ାଇଛନ୍ତି ୨୮ ଟିକିଆ ହାତୀପଲ । କରଞ୍ଜିଆ ରେଞ୍ଜ ପୋଖରିଆ ଜଙ୍ଗଲରେ ୨୮ ଟିକିଆ ହାତୀପଲ ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତକାଲି ରାତିରେ କରଞ୍ଜିଆ ରେଞ୍ଜ ଅଞ୍ଚଳରେ ଦୁଇଟି ଘର ଆଂଶିକ ଭାଙ୍ଗି ଥିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ସୂଚନା ଦେଇଛନ୍ତି କରଂଜିଆ ରେଞ୍ଜ ଅଧିକାରୀ ।

ଦନ୍ତା ଆକ୍ରମଣରେ ବୃଦ୍ଧ ମୃତ। ହାତୀ ଘୋଉଡ଼ାଇବା ବେଳେ ଦଳିଦେଲା ଦନ୍ତା । ନିଜ ଚାଷ ଜମିକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ବୃଦ୍ଧ । ହାତୀ ଦଳିଦେବାରୁ ଅନୁଗୁଳ ଜିଲ୍ଲା ନଳଚନ୍ଦ୍ରପୁର ଗାଁର ପ୍ରଫୁଲ ଚନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଛି । ପ୍ରଫୁଲ୍ଲ ଗତ କାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ନିଜ ବାଡ଼ିକୁ ଯାଇଥିଲେ ।  ସେଠାରେ ହାତୀକୁ ଦେଖିବା ପରେ ତାକୁ ଘୋଉଡ଼ାଇବାକୁ ଚେଷ୍ଟା କରିଥିଲେ । ଏତିକି ବେଳେ ହାତୀ ପ୍ରଫୁଲଙ୍କୁ କଚାଡି ମାରି ଦେଇଥିବା ଅଭିଯୋଗ ହୋଇଛି । ଗାଁଲୋକଙ୍କ କହିବା କଥା ହେଲା ପ୍ରାୟ ୫ ଦିନ ହେବ ପଞ୍ଚାୟତରେ ହାତୀ ଚଳପ୍ରଚଳ କରୁଛି । ବନବିଭାଗ ହାତୀ ଘୋଡାଇବା ପାଇଁ ବାଣ ମାରି ତଡି ଥିଲେ । ସେଥିରୁ ହାତୀ ଅଞ୍ଚଳରେ ଭାଗଭାଗ ହୋଇ ଯାଇଥିଲେ । ତେବେ ହାତି ଘୋଉଡ଼ାଇବା ବେଳେ ଗାଁଲୋକଙ୍କୁ ଏନେଇ ଖବର ଦିଆଯାଉନଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ପରିସ୍ଥିତି  ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ ପ୍ରଶାସନ ପହଞ୍ଚି ପରିସ୍ଥିତିକୁ ଆୟତ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe