କନକ ବ୍ୟୁରୋ : କନ୍ଧମାଳଠୁ କେନ୍ଦୁଝର ସବୁଠୁ ହାତୀ ଉତ୍ପାତ । କେଉଁଠି ହାତୀ ପାଇଁ କାହା ଘର ଭାଙ୍ଗିଯାଇଛି । ତ ଆଉ କେଉଁଠି ହାତୀ ପାଇଁ ବନ୍ଦ ପାଳନ । କନ୍ଧମାଳରେ ମାସମାସ ଧରି ହାତୀ ଆତଙ୍କ ଜାରି ରହିଛି । ହାତୀ-ମଣିଷ ଲଢ଼େଇରେ ପ୍ରାଣହାନୀ ଘଟୁଛି । ଧନଜୀବନ ନଷ୍ଟ ହୋଇଛି । ସେଥିପାଇଁ ହାତୀଙ୍କୁ ସ୍ଥାନାନ୍ତର ଦାବିରେ ଆନ୍ଦୋଳନ ହେଉଛି । ହେଲେ ବନବିଭାଗ ହାତୀ ଘଉଡ଼େଇବାରେ ସଫଳ ହେଇନାହିଁ । ଗୋଠଛଡ଼ା ହାତୀ ଘର ଭିତରେ ପଶି ଭଙ୍ଗାରୁଜା କରିଛି ।
କିଛି ବର୍ଷ ଭିତରେ ରାଜ୍ୟରେ ହାତୀ ଉପଦ୍ରବ ବଢ଼ିଛି । ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହାତୀପଲ । ଆଉ ଏଥିପାଇଁ ଏହି ଆଧୁନିକ ସମାଜ ଦାୟୀ । ବିକାଶ ବାହାନାରେ ବିନାଶକୁ ବରଣ କରୁଛି ମଣିଷ । ନିଜ ସୁବିଧା ପାଇଁ ଜଙ୍ଗଲ କାଟି ବଡ଼ବଡ଼ ଅଟ୍ଟାଳିକା, କଂକ୍ରିଟ୍ ରାସ୍ତା କରୁଛି । ସେମାନଙ୍କ ବାସ ଉଜୁଡ଼ି ଯାଉଛି । ନିରୀହ ଜୀବଜନ୍ତୁ ବାସହୀନ ହୋଇଯାଉଛନ୍ତି । ଖାଇବାକୁ ପାଉନାହାନ୍ତି । ବଞ୍ଚିବା ପାଇଁ ସଂଘର୍ଷ କରି ଜନବସତିକୁ ଚାଲିଆସୁଛନ୍ତି । ଆଉ ତାଙ୍କ ସାମ୍ନାରେ ଯାହା ଘଟୁଛି ତାହା ଏବେ ଆପଣମାନଙ୍କ ସାମନାରେ।
ଏସବୁ ଆରୋପ ପ୍ରତ୍ୟାଆରୋପ ଭିତରେ ଆମେ ନିଜର ଓ ହାତୀର ସୁରକ୍ଷା କେମିତି କରିବା ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ । ବନ ବିଭାଗ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବା ଜରୁରୀ । ନହେଲେ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବ ।