କନକ ବ୍ୟୁରୋ: ନୀଳଗିରିରେ ହାତୀ ଉପଦ୍ରବ। ବନ କର୍ମଚାରୀଙ୍କୁ ଅଟକ କଲେ ଗ୍ରାମବାସୀ। ଗାଁରେ ପଶି ଧାନ ଚାଉଳ ନଷ୍ଟ କରିବା ସହ ପରିବା ଓ ଫସଲ ନଷ୍ଟ କରିଚାଲିଛି ହାତୀ। ପ୍ରତିଦିନ ହାତୀ କେଉଁଠି ନା କେଉଁଠି ତାଣ୍ଡବ ରଚୁଥୁବା ବେଳେ ଆଜି ଔପଦା ବ୍ଲକ ଢୋଲପୁର ଗ୍ରାମରେ ବହୁ କ୍ଷୟକ୍ଷତି କରିଥବା ଦେଖିବାକୁ ମିଳିଛି। ନିକଟ ଜଙ୍ଗଲରୁ ଭୋର ସମୟରେ ହାତୀ ଗାଁ ମୁହାଁ ହୋଇଛି । ସକାଳୁ ଗାଁର ଗ୍ରାମର ବହୁ ଲୋକଙ୍କ ବାଡ଼ିରେ ପଶି ଚାଷ ନଷ୍ଟ କରିଥିଲା। ଲୋକେ ଭୟଭୀତ ହୋଇପଡିଥିବା ବେଳେ ହାତୀକୁ ଘଉଡାଇବାକୁ ବନବିଭାଗ ଉଦ୍ୟମ ଜାରି ରଖିଛି। ତେବେ ଉତ୍ୟକ୍ତ ଗ୍ରାମବାସୀ ବନ କର୍ମଚାରୀଙ୍କୁ ଅଟକ ରଖିଥିବା ଜଣାପଡିଛି।
ଘର ଭାଙ୍ଗୁଛି ହାତୀ ; ନୀଳଗିରି ଅଞ୍ଚଳରେ ଗଜରାଜ ଆତଙ୍କ, ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗାଁଲୋକ ।
ନୀଳଗିରିରେ ହାତୀ ଉପଦ୍ରବ। ବନ କର୍ମଚାରୀଙ୍କୁ ଅଟକ କଲେ ଗ୍ରାମବାସୀ। ଗାଁରେ ପଶି ଧାନ ଚାଉଳ ନଷ୍ଟ କରିବା ସହ ପରିବା ଓ ଫସଲ ନଷ୍ଟ କରିଚାଲିଛି ହାତୀ।
/kanak/media/media_files/RsHDOool5Z0FUacGiIsA.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)