କନକ ବ୍ୟୁରୋ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ବାଘୁଆବୋଲ ଗ୍ରାମର ଟଙ୍କଧର ସାହୁଙ୍କ ପତ୍ନୀ ମନ୍ଦୋଦରୀ ସାହୁ(୪୮) ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ବାଇକ ପଛରେ ବସି ବିଲକୁ ଯାଉଥିଲେ। ଯିବାବାଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ।
ଅନୁଗୁଳ ଛେଣ୍ଡିପଦା ରେଞ୍ଜ ବାଘୁଆବୋଲ ଗ୍ରାମର ଟଙ୍କଧର ସାହୁଙ୍କ ପତ୍ନୀ ମନ୍ଦୋଦରୀ ସାହୁ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଆଜି ସକାଳ ୭ ଟାରେ ମନ୍ଦୋଦରୀ ଅନ୍ୟଜଣଙ୍କ ସାଙ୍ଗରେ ବାଇକ ପଛରେ ବସି ବିଲକୁ ଯାଉଥିଲେ । ଯିବାବାଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ପ୍ରାଣ ବିକଳରେ ଅନ୍ୟଜଣଙ୍କ ବାଇକ ନେଇ ଖସି ପଳେଇ ଆସିଥିଲେ। ବାଇକରୁ ପଡ଼ିଯିବା ପରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ । ପ୍ରାଣ ବିକଳରେ ଅନ୍ୟଜଣଙ୍କ ବାଇକ ନେଇ ଖସି ପଳେଇ ଆସିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)