କନକ ବ୍ୟୁରୋ :  କୁଲଡ଼ିହା ଅଭୟାରଣ୍ୟରୁ ହାତୀ ଦାନ୍ତ ଲୁଟ୍‌ ଘଟଣାରେ ୫ ଶିକାରୀ ଗିରଫ । ଜବତ ହେଲା ହାତୀ ଦାନ୍ତ , ୩ ବନ୍ଧୁକ, ଗନ୍‌ ପାଉଡର, ବଜ୍ରକାପ୍ତା କାତି, ଝିଙ୍କ କାଠି , ଅନେକ ଜଙ୍ଗଲି ଜନ୍ତୁଙ୍କ ଛାଲ , ହାଡ ଓ ଶିକାରରେ ବ୍ୟବହୃତ ସରଞ୍ଜାମ । ନୀଳଗିରି କୁଲଡ଼ିହା ଅଭୟାରଣ୍ୟର କୁଲଡ଼ିହା ବିଟ୍‌-୨ ଅଧୀନ ତେଲିପାଳ ପଞ୍ଚାୟତ ପୁଟିବନ୍ଧ ନିକଟରେ ଗତ ଜୁନ୍ ୧୫ରେ ଏକ ମୃତ ଦନ୍ତାର ଗଳିତ ଶବ ମିଳିଥିଲା । ଏହି ଘଟଣାରେ ପୁଟିବନ୍ଧ ଗାଁରୁ ଦଶରଥ ସିଂଙ୍କୁ ଗିରଫ କରିଥିଲା ପୁଲିସ୍‌ । ଦଶରଥ ତା’ ସାଥୀ ମାନଙ୍କ ସହ ମିଶି ହାତୀର ଦାନ୍ତ ଲୁଟ୍‌ କରିଥିବା ନେଇ ମାନିଥିଲା । ପରେ ତଦନ୍ତକୁ ଅଧିକ ବ୍ୟାପକ କରାଯାଇ ଘଟଣାର ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । 

Advertisment

ଗିରଫ ଅଭିଯୁକ୍ତ ହେଉଛନ୍ତି ମୁନା ସିଂ, ତପନ ମାଝୀ, ପଣ୍ଡା ସିଂ ଓ ଲେକେ ସିଂ । କିନ୍ତୁ ଏଯାଏଁ ଘଟଣାର ସମ୍ପୃକ୍ତ ମୁଖ୍ୟ ଆସାମୀଙ୍କୁ ଗିରଫ କରାଯାଇ ପାରିନାହିଁ । ଅନ୍ୟପଟେ ନୀଳଗିରି ବିଜେଡି କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜନୈତିକ ବ୍ୟକ୍ତିଙ୍କ ସାହସ ପାଇ ନୀଳଗିରିରେ ଶିକାରୀ ଓ ଅପରାଧୀ ଏବଂ ପଥର ଓ ବାଲି ମାଫିଆ ସକ୍ରିୟ ହେଉଥିବା ଅଭିଯୋଗ କରିଛନ୍ତି ।