କନକବ୍ୟୁରୋ : ଚାଲିଛି ହାତୀ ମଣିଷ ଲଢେଇ , ବିଗତ କିଛି ଦିନ ହେବ ବଢିଚାଲିଛି ହାତୀର ଦୌରାତ୍ମ୍ୟ । ରାଜ୍ୟରେ ବନ୍ୟପ୍ରାଣୀଙ୍କ ମୃତ୍ୟୁନେଇ ଗୃହରେ ତଥ୍ୟ ରଖିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ଖୁଣ୍ଟିଆ । ଗତ ଜୁଲାଇ ୧ ତାରିଖରୁ ନଭେମ୍ବର ୨୦ତାରିଖ ଭିତରେ ରାଜ୍ୟରେ ୪୦ରୁ ଅଧିକ ହାତୀ ମୃତ୍ୟୁବରଣ କରିଥିବା ବେଳେ ୫ଟି କଲରାପତରିଆ ବାଘ ଓ ୨୦୦ ବନ୍ୟପ୍ରାଣୀଙ୍କର ମୃତ୍ୟୁ ହୋଇଛି ।
କେବଳ ସେତିକି ନୁହେଁ ହାତୀ ମଣିଷ ଲଢେଇରେ ହାତୀ ବିଗତ ୩ ବର୍ଷରେ ୬୬୮ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ୫୦୯ ଜଣ ଲୋକ ଆହତ ହୋଇଥିବା ବେଳେ ୧୩୯ଜଣ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ହାତୀ ୧୦ହଜାର ୨୫୯ ଘର ମଧ୍ୟ ଭାଙ୍ଗିଛି । ଏଥିସହ ୭୩୬୨୦.୮୨ ଏକର ଫସଲ ନଷ୍ଟ କରିଛି । ରାଜ୍ୟରେ ୧୪ ଗୋଟି ପାରମ୍ଫରିକ ହାତୀ କରିଡର ଚିହ୍ନଟ ହୋଇଥିବା ବେଳେ ହାତୀମାନଙ୍କ ଖାଦ୍ୟ ପାଇଁ ବନାଂଚଳରେ ୮୬ ଗୋଟି ହାତୀଙ୍କ ଖାଦ୍ୟ ପାଇଁ ଚାରା ଲଗାଇବା ନିମନ୍ତେ ନିର୍ଦେଶ ଦିଆଯାଇଛି