୮ ଦିନ ହେଲା ଲୋକଙ୍କ ନିଦ ହଜାଇଲାଣି ହାତୀ; ଘର ଭାଙ୍ଗୁଛନ୍ତି, ଲୋକଙ୍କୁ କରୁଛନ୍ତି ଆକ୍ରମଣ

Advertisment

ହାତୀପଲ ଦିନ ବେଳେ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଗାଁ ମୁହାଁ ହେଉଛନ୍ତି । ହାତୀପଲ ଉପରେ ବନ ବିଭାଗ ନଜର ରଖିଛି । ତଥାପି ଗାଁ ମୁହାଁ ହେଉଛନ୍ତି ହାତୀପଲ ।

ହାତୀପଲ ଦିନ ବେଳେ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଗାଁ ମୁହାଁ ହେଉଛନ୍ତି । ହାତୀପଲ ଉପରେ ବନ ବିଭାଗ ନଜର ରଖିଛି । ତଥାପି ଗାଁ ମୁହାଁ ହେଉଛନ୍ତି ହାତୀପଲ ।

Elephant Herd

Photograph: (Kanak News)

କନକ ବ୍ୟୁରୋ : କେନ୍ଦୁଝର ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନରେ ୩୦ ଟିକିଆ ହାତୀପଲଙ୍କ ଉପଦ୍ରବ । ପ୍ରାୟ ସପ୍ତାହେ ହେଲା ହାତୀ ଉପଦ୍ରବ ଜାରି ରହିଛି । ଗୋଠଛଡ଼ା ଦନ୍ତା ହାତୀପଲରୁ ଅଲଗା ହେଇ ଲୋକଙ୍କ ନିଦ ହଜାଇ ଦେଇଛି । ଲୋକଙ୍କୁ ଘରେ ସୁରକ୍ଷିତ ରହିବା ପାଇଁ ଗାଁ ଗାଁ ବୁଲି ମାଇକ ଯୋଗେ ସତର୍କ କରୁଛି ବନବିଭାଗ । ୩୦ ଟିକିଆ ହାତୀପଲରେ ୧୨ଟି ମାଇହାତୀ ଓ ୧୨ଟି ଦନ୍ତାହାତୀ ସହିତ ଛଅଟି ଛୁଆହାତୀ ରହିଛନ୍ତି ।

ହାତୀପଲ ଦିନ ବେଳେ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଗାଁ ମୁହାଁ ହେଉଛନ୍ତି । ହାତୀପଲ ଉପରେ ବନ ବିଭାଗ ନଜର ରଖିଛି । ତଥାପି ଗାଁ ମୁହାଁ ହେଉଛନ୍ତି ହାତୀପଲ । ସପ୍ତାହେ ଭିତରେ ଦନ୍ତାହାତୀ ଅନେକ ଲୋକଙ୍କ ଘର ଭାଙ୍ଗିଛି । ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଯାଇଛି । ତେଣୁ ବନବିଭାଗ ହାତୀ ବୁଲୁଥିବା ଗାଁ ଗୁଡିକରେ ସତର୍କ କରାଉଛି । ଲୋକଙ୍କୁ ଜଙ୍ଗଲ ଭିତରକୁ ନଯିବାକୁ ପରାମର୍ଶ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe