କନକ ବ୍ୟୁରୋ : କେନ୍ଦୁଝର ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନରେ ୩୦ ଟିକିଆ ହାତୀପଲଙ୍କ ଉପଦ୍ରବ । ପ୍ରାୟ ସପ୍ତାହେ ହେଲା ହାତୀ ଉପଦ୍ରବ ଜାରି ରହିଛି । ଗୋଠଛଡ଼ା ଦନ୍ତା ହାତୀପଲରୁ ଅଲଗା ହେଇ ଲୋକଙ୍କ ନିଦ ହଜାଇ ଦେଇଛି । ଲୋକଙ୍କୁ ଘରେ ସୁରକ୍ଷିତ ରହିବା ପାଇଁ ଗାଁ ଗାଁ ବୁଲି ମାଇକ ଯୋଗେ ସତର୍କ କରୁଛି ବନବିଭାଗ । ୩୦ ଟିକିଆ ହାତୀପଲରେ ୧୨ଟି ମାଇହାତୀ ଓ ୧୨ଟି ଦନ୍ତାହାତୀ ସହିତ ଛଅଟି ଛୁଆହାତୀ ରହିଛନ୍ତି ।
ହାତୀପଲ ଦିନ ବେଳେ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଗାଁ ମୁହାଁ ହେଉଛନ୍ତି । ହାତୀପଲ ଉପରେ ବନ ବିଭାଗ ନଜର ରଖିଛି । ତଥାପି ଗାଁ ମୁହାଁ ହେଉଛନ୍ତି ହାତୀପଲ । ସପ୍ତାହେ ଭିତରେ ଦନ୍ତାହାତୀ ଅନେକ ଲୋକଙ୍କ ଘର ଭାଙ୍ଗିଛି । ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଯାଇଛି । ତେଣୁ ବନବିଭାଗ ହାତୀ ବୁଲୁଥିବା ଗାଁ ଗୁଡିକରେ ସତର୍କ କରାଉଛି । ଲୋକଙ୍କୁ ଜଙ୍ଗଲ ଭିତରକୁ ନଯିବାକୁ ପରାମର୍ଶ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/22/elephant-herd-2025-08-22-10-43-32.jpg)