କନକବ୍ୟୁରୋ : ଲେଉଟିଲେ ହାତୀପଲ। ଗତ ମାସ ଚମ୍ପୁଆ ରେଞ୍ଜ ଛାଡି ମୟୁରଭଞ୍ଜ ର କରଞ୍ଜିଆ ରେଞ୍ଜ କୁ ଚାଲି ଯାଇଥିବା ତିରିଶ ଟିକିଆ ହାତୀପଲ ଗତ ରାତି ପୁଣି ଚମ୍ପୁଆ ରେଞ୍ଜକୁ ଲେଉଟି ଆସିଛନ୍ତି l ହାତୀପଲ ବୈତରଣୀ ନଦୀ ପାର ହେଇ କେମୁଣ୍ଡିଆ ଗାଁ ମଧ୍ୟ ଦେଇ ଝାଲିଆ ବେଡା ଗାଁ ଜଗଂଲରେ ପ୍ରବେଶ କରିଛନ୍ତି l
ହାତୀପଲରେ ୧୨ଟି ମାଇ ୧୨ ଟି ଦନ୍ତା ହାତୀ ଥିବା ବେଳେ ଛଟି ଛୁଆ ହାତୀଥିବା ଜଣା ପଡିଛି l ଗତ ଜୁଲାଇ ମାସରେ ଏହି ହାତୀ ପଲ ମୟୁରଭଞ୍ଜ ର କରଞ୍ଜିଆ ରେଞ୍ଜ କୁ ଚାଲି ଯାଇଥିବା ବେଳେ ଏକମାସ ପରେ ପୁଣି ଲେଉଟି ଆସିଥିବାରୁ ହାତୀପଲକୁ ନେଇ ଆଖପାଖ ଗାଁ ଗୁଡିକରେ ଭୟର ବାତାବରଣ ଦେଖାଦେଇଛି l ସୂଚନା ଯୋଗ୍ୟ ଏହି ହାତୀ ପଲ ପୂର୍ବରୁ ଚମ୍ପୁଆ ରେଞର କାଟୁଳିକନା, ଝାଲିଆବେଡା, ପଦ୍ମପୁର, ଜାଲି, ପଡୁଆ, ନନ୍ଦପୁର,ଟିଆସିପଶି, ବରପଦା,ବର୍ଧନାଆଦି ଗାଁ ରେ ବ୍ୟାପକ କ୍ଷୟ କ୍ଷତି କରିଥିଲେ l ହାତୀପଲ ଉପରେ ବନ ବିଭାଗ ନଜର ରଖିଛି।