କନକ ବ୍ୟୁରୋ: ମାତିଛି ଦନ୍ତା । ପୁରୀ ଜିଲ୍ଲା କଣାସରେ ଜଙ୍ଗଲୀ ଦନ୍ତା ହାତୀର ଆତଙ୍କ । ଅମଳ ଧାନକୁ ନଷ୍ଟ କରିଛି ଦନ୍ତା ହାତି। ଗଡ଼ ସାନ ପୁଟ ପଂଚାୟତର କଣ୍ଟାବଣିଆ ଓ ଟିମେଇ ପୁର ଅଂଚଳରେ ଆତଙ୍କ ଖେଳାଇଛି ଦନ୍ତା ହାତୀ । ଏପଟେ ପ୍ରଶାସନ ଗତ ବିଳମ୍ବିତ ରାତିରେ ହାତୀକୁ ଘଉଡ଼ାଇ ଗହୀର ବିଲ ପଟୁ ଜଙ୍ଗଲ ମୁହାଁ କରାଇଥିଲା ଓ ରାତିରେ କେହି ଘରୁ ନବାହାରିବାକୁ ଅନୁରୋଧ କରିଥିଲେ । ମାତ୍ର ରାତି ପାହିଁନି ପୁଣି ହାତୀ ଆସି ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି । ଲୋକଙ୍କ ବିଲ ବାଡ଼ିରେ କ୍ଷୟକ୍ଷତି କରିବା ସହ ଅମଳ ଧାନକୁ ଖାଇ ନଷ୍ଟ କରି ଦେଇଛି । ସତର୍କତା ଓ କୌଣସି ଧନ ଜୀବନ ନଷ୍ଟ ନ ହେଉ ସେଥିପାଇଁ ଟିମେଇ ପୁର ରୁ ମନ୍ଦାର ବସ୍ତ ର ମୁଖ୍ୟ ରାସ୍ତା ବନ୍ଦ କରିଛି ବନ ବିଭାଗ ।
ପୁରୀ କଣାସରେ ଜଙ୍ଗଲୀ ଦନ୍ତା ହାତୀର ଆତଙ୍କ: କଣ୍ଟା ବଣିଆ ଓ ଟିମେଇ ପୁର ଅଂଚଳରେ ଅମଳ ଧାନ ଖାଇଗଲା ହାତୀ
ମାତିଛି ଦନ୍ତା। ପୁରୀ ଜିଲ୍ଲା କଣାସରେ ଜଙ୍ଗଲୀ ଦନ୍ତା ହାତୀର ଆତଙ୍କ । ଅମଳ ଧାନକୁ ନଷ୍ଟ କରିଛି ଦନ୍ତା ହାତି। ଗଡ଼ ସାନ ପୁଟ ପଂଚାୟତର କଣ୍ଟାବଣିଆ ଓ ଟିମେଇ ପୁର ଅଂଚଳରେ ଆତଙ୍କ ଖେଳାଇଛି ଦନ୍ତା ହାତୀ ।
/kanak/media/media_files/2025/01/08/bDgbFSNBTYl3MsfipWgr.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)