କନକ ବ୍ୟୁରୋ : ଖାଦ୍ୟ ଅନ୍ଵେଷଣରେ ଗାଁକୁ ଆସି କୂଅରେ ଖସିପଡ଼ିଲା ହାତୀ । କେନ୍ଦୁଝର ସଦର ରେଞ୍ଜର ବନାଯୋଡି ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ବନାଯୋଡ଼ି ଗାଁର ହୃଷି ନାଏକଙ୍କ କୂଅରେ ହାତୀ ଖସି ପଡ଼ିଛି । ବନବିଭାଗ ପକ୍ଷରୁ ଜେସିବି ମେସିନ ସାହାଯ୍ୟରେ କୂଅରୁ ହାତୀକୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । ଗତକାଲି ମଧ୍ୟରାତ୍ରୀରେ ୩ ଟି ଦନ୍ତାହାତୀ ଅଞ୍ଚଳରେ ଖାଦ୍ୟ ଅନ୍ୱେଷଣରେ ବୁଲୁଥିଲେ ।
ଅଧିକ ପଢନ୍ତୁ : କୂଅରେ ପଡି ହାତୀ ଛୁଆର ମୃତ୍ୟୁ, ୧୦ ଟିକିଆ ହାତୀପଲ ଯାଉଥିବା ସମୟରେ କୂଅରେ ଖସିପଡ଼ିଥିଲା ହାତୀଟି
ଖାଦ୍ୟ ପାଇଁ ବୁଲିବା ବେଳେ ଗୋଟିଏ ଦନ୍ତା କୁଅ ଭିତରେ ଗଳି ପଡ଼ିଛି । କୂଅର ମୁହଁ ଅଣ ଓସାରିଆ ହୋଇଥିବା ବେଳେ କୂଅର ଚାରିପାଖ ପଥର ଯୋଡ଼େଇ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ୱ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/05/elephant-news-2026-03-05-07-55-42.jpg)