କନକ ବ୍ୟୁରୋ : ଘରେ ପଶି ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରୁ ଆସିଛି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ହିନ୍ଦୋଳ ଫରେଷ୍ଟ ରେଞ୍ଜ ନୂଆଗାଁର ସଂସାର ଗଡ଼ନାୟକ ସୋମବାର ରାତିରେ ଶୋଇଥିବା ବେଳେ ହଠାତ୍ ଘର ଭିତରକୁ ପଶିଯାଇଥିଲା ଦନ୍ତା । ରାତି ପ୍ରାୟ ୧.୩୦ ମିନିଟ ସମୟରେ ଏପରି ଘଟଣା ଘଟିଥିବା ବେଳେ ଗୁରୁତର ସଂସାର ଗଡ଼ନାୟକଙ୍କୁ ଗାଁଲୋକେ ପ୍ରଥମେ ଗୁରୁତର ଭାବେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ପଠାଇ ଦେଇଥିଲେ । ମାତ୍ର ଅଧା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ହିନ୍ଦୋଳ ରେଞ୍ଜରେ ଏକ ମାସ ମଧ୍ୟରେ ମୋଟ ୬ ଜଣଙ୍କ ମୃତ୍ୟୁ ହେଲାଣି । ଏନେଇ ବିଭାଗକୁ ଅବଗତ କରାଯାଇଥିଲେ ବି ଏହାକୁ ଗୁରୁତ୍ବର ସହ ନିଆଯାଉନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଏପରି ଅମୂଲ୍ୟ ଜୀବନ ହାନୀ ହେଉଛି ।
ଦନ୍ତା ଭୟରେ ନୂଆଗାଁ : ଅଧ ରାତିରେ ଘରେ ପଶି କଚାଡ଼ି ଦଳିଲା ଦନ୍ତା , ମେଡିକାଲ ନେବାବେଳେ ଅଧବାଟରେ ଚାଲିଗଲା ଜୀବନ
ଘରେ ପଶି ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା । ହିନ୍ଦୋଳ ରେଞ୍ଜରେ ଏକ ମାସ ମଧ୍ୟରେ ମୋଟ ୬ ଜଣଙ୍କ ଜୀବନ ନେଲାଣି ହାତୀ ।
/kanak/media/media_files/2025/09/02/elephant-2025-09-02-09-18-57.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)