ରାତିରେ ଶୋଇଥିବା ବେଳେ ଘର ଭାଙ୍ଗିଦେଲା ଦନ୍ତାହାତୀ : ୨ଗୁରୁତର ମେଡ଼ିକାଲରେ ଭର୍ତ୍ତି

Advertisment

ବଲାଙ୍ଗୀର ଜିଲ୍ଲା ଲାଠୋର ରେଞ୍ଜ ଅଧୀନ ଖପ୍ରାଖୋଲ ଥାନା ଚହକୋପଡା (ହାତୀପଡା) ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଓ ଶାଶୂ ଗୁରୁତର ଆହତ ହୋଇଛନ୍ତି

ବଲାଙ୍ଗୀର ଜିଲ୍ଲା ଲାଠୋର ରେଞ୍ଜ ଅଧୀନ ଖପ୍ରାଖୋଲ ଥାନା ଚହକୋପଡା (ହାତୀପଡା) ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଓ ଶାଶୂ ଗୁରୁତର ଆହତ ହୋଇଛନ୍ତି

WALL

Photograph: (KANAKNEWS)

କନକବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ଲାଠୋର ରେଞ୍ଜ ଅଧୀନ ଖପ୍ରାଖୋଲ ଥାନା ଚହକୋପଡା (ହାତୀପଡା) ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଓ ଶାଶୂ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଗୁରୁବାର ମଧ୍ୟରାତ୍ରି ସମୟରେ ଘଟିଥିବା ଜଣାପଡ଼ିଛି। ସେପଟେ  ବିଗତ ଦୁଇ ଦିନ ଧରି ଲାଠୋର ରେଞ୍ଜ ଅଞ୍ଚଳରେ ପ୍ରାୟ ୩୦ଟିକିଆ ହାତୀପଲ ଉତ୍ପାତ କରିଆସୁଥିଲେ । ଗୁରୁବାର ରାତିରେ ଏହି ହାତୀପଲ ଚହକୋପଡା ହାତୀପଡାର ଏକ ଘର ଉପରେ ଆକ୍ରମଣ କରି ଘରକୁ ଭାଙ୍ଗି ଦେଇଥିଲେ ।  ଘରର କାନ୍ଥ ପଡ଼ି ଯିବାରୁ ଫୁଲମତି ନାଗ ନାମକ ୪୫ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି ।

ଅନୁ ଗର୍ଗ ହେଲେ ମୁଖ୍ୟ ଶାସନ ସଚିବ: ଏବେ କିଏ ହେବେ ଉନ୍ନୟନ କମିସନର?

ଏହି ଆକ୍ରମଣରେ ଫୁଲମତି ନାଗଙ୍କ ଶାଶୂ ଖୁଦ ନାଗ ଓ ସ୍ବାମୀ ଗୌତମ ନାଗ ଗୁରୁତର ଆହତ ହୋଇଥିବା ବେଳେ, ସ୍ଥାନୀୟ ଲୋକ ବନ ବିଭାଗର ସହଯୋଗରେ ଦୁହିଁଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ମାଧ୍ୟମରେ ଖପ୍ରାଖୋଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି  ।   ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।  ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବନ ବିଭାଗ ପକ୍ଷରୁ ହାତୀ ପଲକୁ ଜଙ୍ଗଲ ଅଞ୍ଚଳକୁ ଫେରାଇବା ପାଇଁ ପ୍ରୟାସ ଜାରି ରହିଛି। ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସତର୍କ ରହିବା ସହ ରାତି ସମୟରେ ଘରୁ ବାହାରକୁ ନ ବାହାରିବାକୁ ଅନୁରୋଧ କରିଛି ।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe