କନକ ବ୍ୟୁରୋ : ବିଶ୍ବ ହାତୀ ଦିବସରେ ଆସିଲା ହାତୀ ମୃତ୍ୟୁର ଖବର । କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ବେଣୁଆଁଧର ଗାଁ ନିକଟ ଜଙ୍ଗଲରେ ମାଈ ହାତୀର ମୃତ ଦେହ । ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ଜଙ୍ଗଲ ଭିତରେ ହାତୀଟି ଅସୁସ୍ଥ ଥିବା ଖବର ପାଇଥିଲା ବନବିଭାଗ । ଚିକିତ୍ସା ପାଇଁ ଗତକାଲି ସକାଳଠାରୁ ବନବିଭାଗ ଅଧିକାରୀ ପ୍ରୟାସ କରିଥିଲେ ବି ସଫଳ ହୋଇନଥିଲେ । ତେବେ ଆଜି ହାତୀର ଶବ ବ୍ୟବଚ୍ଛେଦ କରାଯାଉଥିବା ନେଇ ସୂଚନା ଦେଇଛନ୍ତି କରଞ୍ଜିଆ ଡିଏଫଓ ।

Advertisment

ସେପଟେ ହାତୀ ଆତଙ୍କ ଥମୁନଥିବା ବି ଅଭିଯୋଗ ହୋଇଛି । ୩୧ଟିକିଆ ହାତୀପଲ ଉତ୍ପାତ କରୁଥିବାବେଳେ ସ୍ଥାନୀୟ ଲୋକ ଭୟଭୀତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ମତା, ଦରି, ପୁରୁଣା ଦେଓଗାଁ ଅଞ୍ଚଳରେ  ୬ଟି ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ । ଏକର ଏକର ଚାଷ ଜମିରେ ଫସଲ ନଷ୍ଟ କରୁଥିବା ବେଳେ ୫୦ ରୁ ଉର୍ଦ୍ଧ୍ବ ଗାଁରେ ଲାଗି ରହିଛି ହାତୀ ଆତଙ୍କ । ଦିନବେଳା ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଗାଁ ଅଭିମୁଖେ ଆସି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଅନ୍ୟପଟେ ହାତୀଙ୍କ ଗତିବିଧିକୁ ନଜରରେ ରଖି ଘଣ୍ଟା ଘଣ୍ଟା ବିଦ୍ୟୁତକାଟ ଯୋଗୁଁ ଲୋକଙ୍କ ଭିତରେ ଆକ୍ରୋଶ ବଢୁଛି । ଏପଟେ ହାତୀ ପଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ କର୍ମଚାରୀ ମୁତୟନ ହେଇଛନ୍ତି ।