କନକବ୍ୟୁରୋ: ନନ୍ଦନକାନକାନନରେ ଜଳହସ୍ତୀ ମୃତ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମିଳନ ପାଇଁ ପରଷ୍ପର ସହ ସଂଘର୍ଷରେ ଗୁରୁତର ହୋଇଥିବା ୩ ବର୍ଷ ବୟସର ଯୁବ ଜଳହସ୍ତୀର ମୃତ୍ୟୁ ହୋଇଛି । ଚଳିତ ମାସ ୨ ତାରିଖରେ ଜଳହସ୍ତୀ ଘରର ୬୨ ନମ୍ବର ଓ ୬୩ ନମ୍ବର ଖୁଆଡ ମଝି ପାଚେରୀ ଭାଙ୍ଗି ଅପରପାର୍ଶ୍ଵର ମାଈ ସହ ମିଳନ ଉଦ୍ଦେଶ୍ୟରେ ଅନୁପ୍ରବେଶ କରିଥିଲା । ଅପର ପାର୍ଶ୍ଵର ପରିବାର ମୁଖିଆ ବୟସ୍କ ଜଳହସ୍ତୀ ସହ ଘମାଘୋଟ ଲଢେଇ ହୋଇଥିଲା । 

Advertisment

ବୟସ୍କର ଆକ୍ରମଣରେ ଯୁବ ଜଳହସ୍ତୀ ପରାସ୍ତ ହେବା ସହ ଶରୀର ସାରା କ୍ଷତବିକ୍ଷତ ହୋଇ ଗୁରୁତର ଆହତ ହୋଇଥିଲା । ଗୁରୁତର ଜଳହସ୍ତୀ ଭୟରେ କାଞ୍ଜିଆ ହ୍ରଦ କୂଳକୁ ଲାଗି ରହିଥିବା ପାଚେରୀ କଡର ଏକ କନ୍ଦି ଜାଗାରେ ଲୁଚି ରହୁଥିଲା । ଅନ୍ୟ ଜଳ ହସ୍ତୀମାନେ ତାକୁ ଜଗି ରହିବା ସହ ସେଠାରୁ ବାହାରିବାକୁ ଦେଉନଥିଲେ । 

ଯାହାଫଳରେ ଗୁରୁତର ଜଳହସ୍ତିଟିକୁ ସେଠାରୁ ଅଲଗା କରିବା ଓ ବାହରକୁ ଆଣି ଚିକିତ୍ସା କରିବା ନନ୍ଦନକାନନ କର୍ମଚାରୀଙ୍କ ପାଇଁ ସମ୍ଭବ ହୋଇପାରୁ ନଥିଲା । ଶେଷରେ ୨୦ଦିନ ସଂଘର୍ଷ ପରେ ଜଳହସ୍ତିଟିର ମୃତ୍ୟୁ ହୋଇଛି । ମୃତ୍ୟୁ ଫଳରେ ନନ୍ଦନକାନନର ଜଳହସ୍ତୀ ସଂଖ୍ୟା ଦୁଇ ଅଙ୍କରୁ ତଳକୁ ଖସି ଆସିଛି । ନନ୍ଦନକାନନରେ ଏବେ ମୋଟ ୯ଟି ଜଳହସ୍ତୀ ଅଛନ୍ତି