ରେଢ଼ାଖୋଲ ବନାଞ୍ଚଳରେ ହାତୀ ମୃତ୍ୟୁ ଘଟଣା: ପିସିସିଏଫ୍ କହିଲେ ହେବ ତଦନ୍ତ

Advertisment

ରେଢ଼ାଖୋଲ ବନାଞ୍ଚଳରେ ୩ ହାତୀ ମୃତ। ହାତୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ । ଆଜି ସକାଳୁ ନାକଟିଦେଉଳ ରେଞ୍ଜ ବୁରାମାଲ ଜଙ୍ଗଲରେ ୩ଟି ହାତୀ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଦୁଇଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି

hati 11

କନକବ୍ୟୁରୋ : ରେଢ଼ାଖୋଲ ବନାଞ୍ଚଳରେ ୩ ହାତୀ ମୃତ। ହାତୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ। ଆଜି ସକାଳୁ ନାକଟିଦେଉଳ ରେଞ୍ଜ ବୁରାମାଲ ଜଙ୍ଗଲରେ ୩ଟି ହାତୀ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଦୁଇଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । 

 ବିଦ୍ୟୁତ ତାର ଲାଗି ହାତୀ ମୃତ୍ୟୁ ଘଟିଥିବା ସୂଚନା ମିଳିଛି  । ତେବେ ହାତୀ ମୃତ୍ୟୁ ପଛରେ ଦାୟୀ କିଏ, ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି  ।

ଏଭଳି ଅଘଟଣ ପାଇଁ ବନକର୍ମଚାରୀଙ୍କୁ ଦାୟୀ କରିଛନ୍ତି ପିସିସିଏଫ୍ । ଏଥିସହ ବିଦ୍ୟୁତ ବିଭାଗର ଅବହେଳାକୁ ମଧ୍ୟ କାରଣ ଦର୍ଶାଇଛନ୍ତି । ବାରହା ଶିକାର ପାଇଁ ବିଛାଯାଇଥିଲା ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ଘଟିଛି । ତେବେ ବନ କର୍ମଚାରୀଙ୍କ ଦାୟିତ୍ବ, ସେମାନ ପାଟ୍ରୋଲିଂ କରି ବିଦ୍ୟୁତ ତାର ସଂଯୋଗ ବିଚ୍ଛିନ୍ନ କରିବା କଥା ବୋଲି ସୁଶାନ୍ତ ନନ୍ଦ କହିଛନ୍ତି । 
  
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe