ହାତୀ ମୃତ୍ୟୁ ଘଟଣା : ରେଞ୍ଜର ବିନୟ କୁମାର ବିଶି ନିଲମ୍ୱିତ

Advertisment

କନ୍ଧମାଳ ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ରେଞ୍ଜର ବିନୟ କୁମାର ବିଶି ନିଲମ୍ବିତ । ହାତୀ ମୃତ୍ୟୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ରେଞ୍ଜର ବିନୟ କୁମାର ବିଶି ।

କନ୍ଧମାଳ ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ରେଞ୍ଜର ବିନୟ କୁମାର ବିଶି ନିଲମ୍ବିତ । ହାତୀ ମୃତ୍ୟୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ରେଞ୍ଜର ବିନୟ କୁମାର ବିଶି ।

Elephant

 କନକ ବ୍ୟୁରୋ : କନ୍ଧମାଳ ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ରେଞ୍ଜର ବିନୟ କୁମାର ବିଶି ନିଲମ୍ବିତ। ହାତୀ ମୃତ୍ୟୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ରେଞ୍ଜର ବିନୟ କୁମାର ବିଶି । ଘଟଣାର ତଦନ୍ତ ପରେ ଏଭଳି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଛି ।  ହାତୀ ମୃତ୍ୟୁର ୧୨ ଦିନ ପରେ ଗଣମାଧ୍ୟମରୁ ଖବର ପାଇ ତଦନ୍ତ ଆରମ୍ଭ କରିଥିଲେ ଡିଏଫ୍‌ଓ । ପ୍ରାଥମିକ ରିପୋର୍ଟ ଏସିଏଫଓ ସୂର୍ଯ୍ୟକାନ୍ତ  ବେହେରାଙ୍କୁ ମିଳିବା ପରେ ରେଞ୍ଜର ବିନୟ କୁମାରଙ୍କୁ ନିଲମ୍ବିତ କରାଯାଇଛି ।  ସେପଟେ ଘଟଣାର ଅଧିକ ତଦନ୍ତ ପାଇଁ ବ୍ରହ୍ମରୁର ଆରସିସିଏଫ୍ ବାଲିଗୁଡ଼ାରେ ପହଞ୍ଚିଥାନ୍ତି । ଘଟଣାସ୍ଥଳ ବେଲଘରକୁ ଯାଇ ଗ୍ରାଉଣ୍ଡ ଜିରୋରୁ ରିପୋର୍ଟ ସଂଗ୍ରହ କରିବେ ଆରସିସିଏଫ୍ ।

ଆଧିକ ପଢନ୍ତୁ : ନୀତିନ ନବୀନଙ୍କ ଚଲାପଥ ନୁହେଁ ସହଜ : ସମ୍ମୁଖରେ ବହୁ ଆହ୍ବାନ ଆଉ ଅଗ୍ନିପରୀକ୍ଷା

କନ୍ଧମାଳ ବେଲଘର ରେଞ୍ଜ ଝିରିପାଣି ପଞ୍ଚାୟତକ ସିମିଲିପଦର ନିକଟସ୍ଥ ମଣ୍ଡୁଟି ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଥିଲା । ଜାନୁଆରି ୫ ତାରିଖରେ ହାତୀର ମୃତ୍ୟୁ ହୋଇଥିଲା । ତେବେ ହାତୀ ମୃତ୍ୟୁ କେମିତି ହେଲା ତାହାର ତଦନ୍ତ କରାଯାଉଥିବା ଡିଏଫଓ କହିଛନ୍ତି  ।  ଏହା ଭିତରେ ମାସକରେ୨ ହାତୀଙ୍କର ମୃତ୍ୟୁ ଘଟିଛି ।  ଏବଂ ଏହି ଘଟଣାକୁ ଚପା ଯାଇଥିଲା ।  ଡିସେମ୍ବର ୧୨ରେ ଝିରିପାଣିରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା ଏବଂ ଜାନୁଆରୀ  ୫ରେ ମୁଣ୍ତୁଟି ଜଙ୍ଗଲରେ ଆଉ ଏକ ହାତୀର ହୋଇଥିବା ଅଭିଯୋଗ  ହେଇଥିଲା ।  ମାତ୍ର ଘଟଣାକୁ ଚାପି ଦିଆଯାଇଥିଲା ଏବଂ ହାତୀର  ମୃତ୍ୟ ଦେହକୁ ଲୁଚାଯାଇଥିଲା  ।  ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଠାରୁ ଜଣା ଯାଇଥିଲା  ଯେ କଡାପାନ ନର୍ସରୀ ରେ ହାତୀ ମୃତଦେହ ପୋତି ଦିଅଯାଇଥିଲା  ଏବଂ ଘଟଣାକୁ ଚାପି ଦେବାକୁ  ଚେଷ୍ଟା କାରାଯାଇଥିଲା  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe