କନକ ବ୍ୟୁରୋ : କନ୍ଧମାଳ ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ରେଞ୍ଜର ବିନୟ କୁମାର ବିଶି ନିଲମ୍ବିତ। ହାତୀ ମୃତ୍ୟୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ରେଞ୍ଜର ବିନୟ କୁମାର ବିଶି । ଘଟଣାର ତଦନ୍ତ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହାତୀ ମୃତ୍ୟୁର ୧୨ ଦିନ ପରେ ଗଣମାଧ୍ୟମରୁ ଖବର ପାଇ ତଦନ୍ତ ଆରମ୍ଭ କରିଥିଲେ ଡିଏଫ୍ଓ । ପ୍ରାଥମିକ ରିପୋର୍ଟ ଏସିଏଫଓ ସୂର୍ଯ୍ୟକାନ୍ତ ବେହେରାଙ୍କୁ ମିଳିବା ପରେ ରେଞ୍ଜର ବିନୟ କୁମାରଙ୍କୁ ନିଲମ୍ବିତ କରାଯାଇଛି । ସେପଟେ ଘଟଣାର ଅଧିକ ତଦନ୍ତ ପାଇଁ ବ୍ରହ୍ମରୁର ଆରସିସିଏଫ୍ ବାଲିଗୁଡ଼ାରେ ପହଞ୍ଚିଥାନ୍ତି । ଘଟଣାସ୍ଥଳ ବେଲଘରକୁ ଯାଇ ଗ୍ରାଉଣ୍ଡ ଜିରୋରୁ ରିପୋର୍ଟ ସଂଗ୍ରହ କରିବେ ଆରସିସିଏଫ୍ ।
ଆଧିକ ପଢନ୍ତୁ : ନୀତିନ ନବୀନଙ୍କ ଚଲାପଥ ନୁହେଁ ସହଜ : ସମ୍ମୁଖରେ ବହୁ ଆହ୍ବାନ ଆଉ ଅଗ୍ନିପରୀକ୍ଷା
କନ୍ଧମାଳ ବେଲଘର ରେଞ୍ଜ ଝିରିପାଣି ପଞ୍ଚାୟତକ ସିମିଲିପଦର ନିକଟସ୍ଥ ମଣ୍ଡୁଟି ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଥିଲା । ଜାନୁଆରି ୫ ତାରିଖରେ ହାତୀର ମୃତ୍ୟୁ ହୋଇଥିଲା । ତେବେ ହାତୀ ମୃତ୍ୟୁ କେମିତି ହେଲା ତାହାର ତଦନ୍ତ କରାଯାଉଥିବା ଡିଏଫଓ କହିଛନ୍ତି । ଏହା ଭିତରେ ମାସକରେ୨ ହାତୀଙ୍କର ମୃତ୍ୟୁ ଘଟିଛି । ଏବଂ ଏହି ଘଟଣାକୁ ଚପା ଯାଇଥିଲା । ଡିସେମ୍ବର ୧୨ରେ ଝିରିପାଣିରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା ଏବଂ ଜାନୁଆରୀ ୫ରେ ମୁଣ୍ତୁଟି ଜଙ୍ଗଲରେ ଆଉ ଏକ ହାତୀର ହୋଇଥିବା ଅଭିଯୋଗ ହେଇଥିଲା । ମାତ୍ର ଘଟଣାକୁ ଚାପି ଦିଆଯାଇଥିଲା ଏବଂ ହାତୀର ମୃତ୍ୟ ଦେହକୁ ଲୁଚାଯାଇଥିଲା । ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଠାରୁ ଜଣା ଯାଇଥିଲା ଯେ କଡାପାନ ନର୍ସରୀ ରେ ହାତୀ ମୃତଦେହ ପୋତି ଦିଅଯାଇଥିଲା ଏବଂ ଘଟଣାକୁ ଚାପି ଦେବାକୁ ଚେଷ୍ଟା କାରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)