ଚୋଟ ଖାଇ ଟଳିପଡିଲା ଗଜରାଜ: ଓଡ଼ିଶାରେ ହାତୀମୃତ୍ୟୁ ପାଲଟିଗଲାଣି ନିତିଦିନିଆ କଥା

ଛତିଶଗଡରୁ ଚୋଟ ଖାଇ ଆସିଲା, ଓଡ଼ିଶାରେ ଟଳିପଡିଲା। ଚିକିତ୍ସା ସୁବିଧା ନପାଇ ସୁନ୍ଦରଗଡ ଉଜ୍ଜଳପୁର ଫରେଷ୍ଟ ରେଞ୍ଜରେ ଚାଲିଯାଇଛି ଗଜରାଜଙ୍କ ଜୀବନ। ବନବିଭାଗ ଏହାକୁ ହାତୀଙ୍କ ଲଢେଇ ବୋଲି କହୁଛି। କିନ୍ତୁ ଦନ୍ତାର ପିଠିରେ ଥିବା କ୍ଷତ ଭିନ୍ନ ଦିଗକୁ ଇଙ୍ଗିତ କରୁଛି। 

wqdqwd

Photograph: (wqdwqd)

କନକ ବ୍ୟୁରୋ: ଛତିଶଗଡରୁ ଚୋଟ ଖାଇ ଆସିଲା, ଓଡ଼ିଶାରେ ଟଳିପଡିଲା। ଚିକିତ୍ସା ସୁବିଧା ନପାଇ ସୁନ୍ଦରଗଡ ଉଜ୍ଜଳପୁର ଫରେଷ୍ଟ ରେଞ୍ଜରେ ଚାଲିଯାଇଛି ଗଜରାଜଙ୍କ ଜୀବନ। ବନବିଭାଗ ଏହାକୁ ହାତୀଙ୍କ ଲଢେଇ ବୋଲି କହୁଛି। କିନ୍ତୁ ଦନ୍ତାର ପିଠିରେ ଥିବା କ୍ଷତ ଭିନ୍ନ ଦିଗକୁ ଇଙ୍ଗିତ କରୁଛି। 

ବେକ ପଛପଟେ ଚୋଟ ପଡିଥିଲା। ଜଙ୍ଗଲରେ ଛଟପଟ ହେଉଥିଲା, ଲାଗୁଥିଲା ସତେ ଯେମିତି ହାତୀ କହୁଛି, ଶେଷ ସମୟରେ କେହି ଟିକିଏ ସାହାରା ଦିଅନ୍ତାନି। ପୁଣିଥରେ ଭଲ ହୋଇ ଜଙ୍ଗଲର ଏକୋଣରୁ ସେକୋଣକୁ ଘୂରି ବୁଲନ୍ତି।  ଏଭଳି ଭାବି ଭାବି ବେଶ କିଛି ସମୟ ଧରି ସଳଖି ଛିଡା ହେବାକୁ ଚେଷ୍ଟା କଲା, କିନ୍ତୁ କ୍ଷତର ଯନ୍ତ୍ରଣା ସହିବାର ସବୁ ସୀମା ସେତେବେଳେ ପାର କରିଗଲା ଯେତେବେଳେ ଥମ କରି ତଳେ କଚାଡି ହୋଇ ପଡିଲା ହାତୀ। ଚିକିତ୍ସା ଅଭାବରୁ ଚାହୁଁ ଚାହୁଁ ଆଖି ଆଗରେ ଚାଲିଗଲା ଜୀବନ। ସୁନ୍ଦରଗଡର ଉଜ୍ଜଳପୁର ଫରେଷ୍ଟ ରେଞ୍ଜ’ର କରୁଆବାହାଲ ଗାଁରେ ଆହତ ହାତୀର ମୃତ୍ୟୁ ପରେ ଡିଏଫଓ କହିଛନ୍ତି, ଛତିଶଗଡରୁ ଆହତ ଅବସ୍ଥାରେ ଆସିଥିବା ହାତୀର ଚିକିତ୍ସା ପାଇଁ ସମୟ ମିଳିଲାନି। ଦୀର୍ଘ ଦିନରୁ ଅସୁସ୍ଥ ଥିବାରୁ ଦନ୍ତାକୁ ବଞ୍ଚାଇ ପାରିଲୁନି।

କେବଳ ସୁନ୍ଦରଗଡରେ ନୁହେଁ, ରାତି ପାହିଲେ ରାଜ୍ୟରେ ପ୍ରତିଦିନ ଗଜରାଜଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ଗତ ସପ୍ତାହେ ଭିତରେ ପାଟଣାଗଡର ଲରମ୍ଭା ସେକ୍ସନ, ଚମ୍ପୁଆ ନିକଟସ୍ଥ ଝାଡଖଣ୍ଡର ପଟ୍ଟା ଜୟନ୍ତୀ ଗାଁ, ନରସିଂହପୁର ପୂର୍ଵ ବନବିଭାଗ ଅଧିନ ରଙ୍ଗଡାବ ଗ୍ୟାସ ଅଫିସରେ ଅସ୍ବାଭାବିକ ଭାବେ ହାତୀ ମୃତ୍ୟୁ ବନବିଭାଗର ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ଛିଡା କରିଛି। ଅନ୍ୟପଟେ ହାତୀ ମୃତ୍ୟୁର କାରଣ ଲୁଚାଇବାକୁ ଯେପରି ପଣ କରିଛି ବନବିଭାଗ। ୫୦ ହାତୀ ମୃତ୍ୟୁର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ବିଭାଗୀୟ ମନ୍ତ୍ରୀ। କିନ୍ତୁ ସେହି ତଦନ୍ତ ରିପୋର୍ଟ କୁଆଡେ ଗଲା, ଦୋଷୀଙ୍କ ବିରୋଧରେ କଣ କାର୍ୟ୍ୟାନୁଷ୍ଠାନ ନିଆଗଲା ତାହା ଏବେ ବି ପ୍ରଶ୍ନଘେରରେ। 

ଗଜରାଜଙ୍କ ମୃତ୍ୟୁ ଓଡ଼ିଶା ପାଇଁ ନୂଆ ନୁହେଁ। କିନ୍ତୁ ହାତୀଙ୍କ ମୃତ୍ୟୁ କେମିତି, କାହିଁକି ଓ କେଉଁ ପରିସ୍ଥିତିରେ ହୁଏ ତାହାର ଉତ୍ତର ଅନେକ ସମୟରେ ଖୋଜିପାଏନି ବନବିଭାଗ। ଏସବୁ ଭିତରେ ଗଜରାଜଙ୍କ ପାଇଁ ଓଡ଼ିଶା ଜଙ୍ଗଲ ଅସୁରକ୍ଷିତ ହୋଇପଡିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe