ଚନ୍ଦକା ଗୋଡ଼ିବାଡ଼ିରେ ହାତୀ ଛୁଆର ମୃତ୍ୟୁ ; ପାଟିରେ ଘା’ ହୋଇଥିବାରୁ ଚିକିତ୍ସା କରୁଥିଲେ ଓୟୁଏଟି ଟିମ୍, ଶିମିଳିପାଳରେ ବି ହାତୀ ମୃତ୍ୟୁ ।

ଚନ୍ଦକା ଗୋଡିବାର ଜଙ୍ଗଲରେ ଛୁଆ ହାତୀର ମୃତ୍ୟୁ। ଗତକାଲି ସନ୍ଧ୍ୟାରେ ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବଲାଙ୍ଗୀର ଦେଓଗାଁରୁ ଉଦ୍ଧାର ହେଇ ୩ ବର୍ଷର ଅସୁସ୍ଥ ହାତୀ ଛୁଆଟି ଗୋଡିବାରିକୁ ଆସିଥିଲା।

dead ele

କନକ ବ୍ୟୁରୋ: ଚନ୍ଦକା ଗୋଡିବାର ଜଙ୍ଗଲରେ ଛୁଆ ହାତୀର ମୃତ୍ୟୁ। ଗତକାଲି ସନ୍ଧ୍ୟାରେ ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବଲାଙ୍ଗୀର ଦେଓଗାଁରୁ ଉଦ୍ଧାର ହେଇ ୩ ବର୍ଷର ଅସୁସ୍ଥ ହାତୀ ଛୁଆଟି ଗୋଡିବାରିକୁ ଆସିଥିଲା। ତା ପାଟିରେ ଘା’ ହୋଇଥିବାରୁ କିଛି ଖାଇ ପାରୁ ନଥିଲା। ଓୟୁଏଟିର ଏକ ଟିମ୍ ଗୋଡ଼ିବାରିରେ ହାତୀର ଚିକିତ୍ସା କରୁଥିଲେ। ୧୦ରୁ ଅଧିକ ଦିନ ହେବ ହାତୀର ଚିକିତ୍ସା ଚାଲୁଥିଲା, ତାକୁ ସାଲାଇନ୍ ଦିଆଯାଉଥିଲା। ବର୍ତ୍ତମାନ ସୁଦ୍ଧା ହରପିସ ରୋଗରେ କେବଳ ମାମାର ମୃତ୍ୟୁ ହୋଇଛି ଆଉ କାହାର ହୋଇନଥିବା ଚନ୍ଦକା ଡିଏଫଓଙ୍କ ସୂଚନା ଦେଇଛନ୍ତି। 

ଶିମିଳିପାଳରେ ହାତୀ ଛୁଆର ମୃତ ଦେହ ଉଦ୍ଧାର। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଜେନାବିଲ୍ ରେଞ୍ଜ ଅନ୍ତର୍ଗତ ଘାସପଡିଆ ନିକଟରୁ ଏକ ହାତୀଛୁଆର ମୃତ ଦେହ ଠାବ କରାଯାଇଛି। ମୃତହାତୀ ଛୁଆର ବୟସ ୧ବର୍ଷରୁ ଅଧିକ ହେବା ନେଇ ବନବିଭାଗ ପକ୍ଷରୁ ସୂଚନା ରହିଥିବା ବେଳେ ସଂକ୍ରମଣ ଜନିତ ରୋଗରେ ପୀଡିତ ହୋଇ ହାତୀଛୁଆର ମୃତ୍ୟୁ ହୋଇଥିବା କୁହାଯାଇଛି। ତେବେ ହାତୀର ପୋଷ୍ଟମୋର୍ଟମ୍ ମଧ୍ୟ କରାଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ବିଭାଗ ପକ୍ଷରୁ ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe