ପୁଣି କୂଅରେ ପଡ଼ିଲା ହାତୀ; ଉଦ୍ଧାର କାର୍ଯ୍ୟ ଜାରି

ହାତୀ ଦେଖିବା ପାଇଁ କୌଣସି ସାଧାରଣ ଲୋକ ଘଟଣା ସ୍ଥଳକୁ ନ ଯିବାକୁ ବନ ବିଭାଗ ଓ ପୁଲିସ୍ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ନିଜ ଜୀବନର ସୁରକ୍ଷା ନିଜେ କରନ୍ତୁ ବୋଲି କୁହାଯାଇଛି ।

Elephant Calf

Elephant Calf Photograph: (Kanak News)

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ମୁରିବାହଲ ରେଞ୍ଜରେ ପୁଣି ହାତୀ ଛୁଆ କୂଅରେ ପଡ଼ିଥିବା ଘଟଣା ସମ୍ନାକୁ ଆସିଛି । ଆଜି ସକାଳୁ ମୁରିବାହଲ ରେଞ୍ଜ ଅନ୍ତର୍ଗତ ଲତାସହଡ଼ାରେ ପୁଣି ଏକ ହାତୀ କୂଅରେ ପଡ଼ିଥିବା ସୂଚନା ମିଳିଛି । କିଛିଦିନ ଆଗରୁ ଏକ ହାତୀ ଛୁଆ ବିଜାମାଲ ଗାଁର ଏକ କୂଅରେ ପଡ଼ିଥିଲା । ଏଥିରେ ବାହାରକୁ ବାହାରିବା ପରେ ଅନେକ ଲୋକଙ୍କୁ ଘଉଡ଼ାଇ ଥିଲା ହାତୀ । ଜଣେ କେନ୍ଦୁ ଲିଫ କର୍ମଚାରୀ ମଧ୍ୟ ଗୁରୁତର ହୋଇଥିଲେ ।

ତେବେ ଏହି ହାତୀ ଦେଖିବା ପାଇଁ କୌଣସି ସାଧାରଣ ଲୋକ ଘଟଣା ସ୍ଥଳକୁ ନ ଯିବାକୁ ବନ ବିଭାଗ ଓ ପୁଲିସ୍ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ନିଜ ଜୀବନର ସୁରକ୍ଷା ନିଜେ କରନ୍ତୁ ବୋଲି କୁହାଯାଇଛି । ବନ ବିଭାଗ ଘଟଣା ସ୍ଥଳରେ ଉପସ୍ଥିତ ରହି ହାତୀଟିକୁ କିଭଳି କୂଅରୁ ବାହାର କରାଯିବ ସେନେଇ ଚେଷ୍ଟା ମଧ୍ୟ କରାଯାଇଛି ।

ଅଧିକ ପଢ଼ନ୍ତୁ : ନିଦ ହଜାଇଲେ ହାତୀ ପଲ; ନିଆଁ ଜାଳି ଚାଷୀ ଜଗିଛି ଫସଲ

ନିକଟରେ ବାଲିଡିହା ଡ୍ୟାମରେ ବୁଲିଲା ହାତୀ । କେନାଲ ପାଣିରେ କଲେ ଜଳ କ୍ରୀଡା । ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ସ୍ଥିତ ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ବାଲିଡିହା ଡ୍ୟାମରେ ହାତୀ ଦେଖି ପର୍ଯ୍ୟଟକ ଓ ସ୍ଥାନୀୟ ଗ୍ରାମବାସୀ ମାନେ ଭୟଭୀତ ହୋଇଥିଲେ । ୪ ଟିକିଆ ହାତୀ ପଲ ଉକ୍ତ ଅଞ୍ଚଳରେ ଚଳପ୍ରଚଳ କରୁଥିଲେ । ୩ଟି ବଡ଼ ହାତୀ ସମେତ ହାତୀ ଶାବକ ମଙ୍ଗଳବାର ଅପରାହ୍ନ ସମୟରେ ଖାଦ୍ୟ ଅନ୍ୱେଷଣରେ ହାତୀ ପଲଟି ଜନବସତି ନିକଟତର ହୋଇଥିଲେ । ଏନେଇ ଗ୍ରାମବାସୀ ମାନେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ମାନେ ହାତୀ ପଲର ଗତିବିଧି ଅନୁଧ୍ୟାନ କରି ଜନବସତିରୁ ଦୂରକୁ ନେଇଥିଲେ ।

ଉକ୍ତ ସମୟରେ ବାଲିଡିହା ଡ୍ୟାମର ଜଳରାଶି ଦେଖି ହାତୀ ପଲ ଡ୍ୟାମ ଆଡ଼କୁ ମୁଁହାଇଥିଲେ । ତେବେ ହାତୀ ପଲ ଦେଖି ସେଠାକୁ ପିକନିକ ନିମନ୍ତେ ଯାଇଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ଯାଇଥିଲେ । ହାତୀ ପଲ ଡ୍ୟାମରୁ ବାହାରି ଥିବା କେନାଲ ପାଣିରେ କିଛି ସମୟ ଜଳ କ୍ରୀଡା କରିଥିଲେ । ଯାହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ କୌତୁହଳ ଦେଖିବାକୁ ମିଳିଥିଲା । ହାତୀ ପଲଙ୍କୁ ଦେଖିବାକୁ ଲୋକେ ଭିଡ଼ ଜମାଇଥିଲେ । ତେବେ ହାତୀ ପଲ ଜନ ବସତି ଦୂରରେ ଥିବା ବେଳେ ବନ ବିଭାଗ ପକ୍ଷରୁ ଗତିବିଧି ଅନୁଧ୍ୟାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe