ଡାକ୍ତରଙ୍କୁ ଦଳିଦେଲା ହାତୀ , ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର

ଅସୁସ୍ଥ ହାତୀକୁ ଚିକିତ୍ସା ସାରି ଫେରୁଥିବାବେଳେ ପଶୁ ଚିକିତ୍ସକଙ୍କୁ ଅନ୍ୟ ଏକ ହାତୀ ଆକ୍ରମଣ ।  ନୀଳଗିରି କୁଳଡିହା ଅଭୟାରଣ୍ୟ ରୁଷିଆ ନିକଟରେ ଭେଟନାରୀ ଅଫିସର ଶୁଭାଶିଷଙ୍କୁ ଦଳିଦେଲା ଦନ୍ତା । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ।

elephant attack++

elephant attack++ Photograph: (KanakNews)

କନକ ବ୍ୟୁରୋ: ହାତୀ ଆକ୍ରମଣରେ ନୀଳଗିରି ଭେଟେନାରୀ ଅଫିସର ଶୁଭାଶିଷ ମହାପାତ୍ର ଗୁରୁତର । ଅସୁସ୍ଥ ହାତୀକୁ ଚିକିତ୍ସା କରି ଫେରିବା ବେଳେ ଅନ୍ୟ ଏକ ହାତୀ ଆକ୍ରମଣରେ ଗୁରୁତର ହେଲେ ବିଭିଓ ଶୁଭାଶିଷ ମହାପାତ୍ର । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କୁଳଡିହା ଅଭୟାରଣ୍ୟର ବାଲିଆନାଳ ଗେଟ୍‌ ନିକଟସ୍ଥ ଋଷିଆ ଡ୍ୟାମ ନିକଟରେ  ଚାଲିଥିଲା ଅସୁସ୍ଥ ହାତୀର ଚିକିତ୍ସା । 

ସୂଚନା ଅନୁସାରେ, ଏକ ମାଈ ହାତୀ ଅସୁସ୍ଥ ହେବାର ଘଟଣା କୁଳଡିହା ରେଞ୍ଜ ଅଧିକାରୀ ଜାଣିବା ପରେ ଚିକିତ୍ସକ ଶୁଭାଶିଷଙ୍କୁ ଧରି ଅପରାହ୍ଣରେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ଚିକିତ୍ସା ସାରି ଫେରିବା ସମୟରେ ଅନ୍ୟ ଅକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ସେପଟେ ଯେଉଁ ହାତୀକୁ ଚିକିତ୍ସା କରୁଥିଲେ ପଶୁ ଡାକ୍ତର, ତାଙ୍କୁ ମଧ୍ୟ ବିନା ଟ୍ରାଙ୍କୁଲାଇଜରେ ଚିକିତ୍ସା କରାଯାଉଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe