କନକ ବ୍ୟୁରୋ : ହାତୀର ଫଟୋ ଉଠାଇବା ହେଲା କାଳ । ହାତୀ ଆକ୍ରମଣରେ ଜଣେ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ କେଉଟିପାଳି ବ୍ରିଜ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଜଣକ ହେଉଛନ୍ତି ଉଲୁଣ୍ଡା ବ୍ଲକ ଏସପତ୍ରାପାଳି ପଞ୍ଚାୟତ କୁଦପାଳି ଗ୍ରାମର ସୁଶୀଲ ବାଗ ।

Advertisment

ସୁଶିଲ ଏକ ବାଇକ୍ ଯୋଗେ ଆଇଁଲାଛାଟ ଆସୁଥିଲେ । ଏହି ସମୟରେ ହାତୀପଲ କେଉଟିପାଲି ବ୍ରିଜ ନିକଟରେ ଆସୁଥିବାରୁ ଲୋକ ରୁଣ୍ଡ ହୋଇଯାଇଥିଲେ । ସୁଶୀଲ ଅଟକି ଯାଇ ହାତୀର ଫଟୋ ଉଠାଇବାକୁ ଉଦ୍ୟମ କରିଥିଲେ । ତେବେ ଏହି ସମୟରେ ହାତୀଟି ଆକ୍ରମଣ କରି ଯୁବକଙ୍କୁ ଶୁଣ୍ଢରେ ଠେଲି ଦେଇଥିଲା । ଫଳରେ ସେ ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି ଉଲୁଣ୍ଡା ଡାକ୍ତର ଖନନରେ ଭର୍ତ୍ତି କରାଯାଇଛି ।