କନକବ୍ୟୁରୋ : ବରଗଡ଼ ପାଇକମାଳରେ ହାତୀ ଉପଦ୍ରବ। ପାଇକମାଳ ବ୍ଲକ ବରତୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମୋତିପାଲି ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଲିଛି। ମୋତିପାଲି ଗାଁର ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଛି ହାତୀ । ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ ସ୍ଥାନୀୟ ଅଞ୍ଚଳରେ ହାତୀ ରହିଥିବା କାରଣରୁ ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସଚେତନ କରୁଛି ବନ ବିଭାଗ ।
ସେପଟେ ମାତିଛି ପାଗଳ ଷଣ୍ଢ। ଆକ୍ରମଣରେ ଜଣେ ମହିଳା ଗୁରୁତର । କିଛି ଦିନ ହେଲା କେନ୍ଦ୍ରାପଡ଼ା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳରେ ଏକ ଷଣ୍ଢ ଆତଙ୍କ ସୃଷ୍ଟି କରିଛି । ଦୁଇଦିନ ହେବ ଷଣ୍ଢଟି ତାଳଚୁଆ ବଜାରରେ ଅନେକ ଲୋକଙ୍କୁ ମାରିବାକୁ ଗୋଡ଼ାଉଛି । ଲୋକଙ୍କୁ ଆକ୍ରମଣ କରିବା ସହିତ ଦୋକାନ ବଜାର ଭଙ୍ଗାରୁଜା କରିବାର ଦେଖିବାକୁ ମିଳିଛି। ଗତକାଲି ମଧ୍ୟ ବଜାରରେ ଷଣ୍ଢଟି ଆକ୍ରମଣ କରିଥିଲା । ମହିଳା ଜଣକ ରାସ୍ତାରେ ଯାଉଥିବ ସମୟରେ ଷଣ୍ଢଟି ତାଙ୍କୁ ଆକ୍ରମଣ କରି ଗୋଡାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ନେଇ ତାଳଚୁଆ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି ।