ଦନ୍ତା ଆକ୍ରମଣରେ ସ୍ୱାମୀଙ୍କ ମୃତ୍ୟୁ, ଖବର ଶୁଣି ବିଷ ପିଇଦେଲେ ସ୍ତ୍ରୀ

କେନ୍ଦୁଝର ଏକ ଦନ୍ତା ଆକ୍ରମଣରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ । ଖବର ଶୁଣି ବିଷ ପିଇଦେଲେ ସ୍ତ୍ରୀ । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ବାଂଶପାଳ ବ୍ଲକ ଗୋବିନ୍ଦପୁର ଗାଁରେ ଚାଞ୍ଚଲ୍ୟ ।  

23---

କନକ ବ୍ୟୁରୋ: କେନ୍ଦୁଝରରେ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ବିଷ ପିଇ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ବାଂଶପାଳ ବ୍ଲକ ଗୋବିନ୍ଦପୁର ଗାଁର ଦେବାଧି ବାରିକ । ଦେବାଧିଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ସ୍ତ୍ରୀ ରୁକ୍ମିଣୀ ବାରିକ ବିଷ ପିଇଦେଇଛନ୍ତି । ଗତ ରାତିରେ ୭ଟିକିଆ ହାତୀପଲ ଗୋବିନ୍ଦପୁର ଗାଁରେ ପଶି ଧାନ ସହ ଅନ୍ୟ ଫସଲ ନଷ୍ଟ କରୁଥିଲେ । ଏହି ଖବର ପାଇ ଗାଁ ଲୋକେ ହାତୀ ଘଉଡାଇବାକୁ ଗାଁ ନିକଟକୁ ଯାଇଥିଲେ । ଏତିକିବେଳେ ଏକ ଦନ୍ତାହାତୀ ଦେବାଧି ବାରିକଙ୍କୁ ଆକ୍ରମଣ କରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe