ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ଜାରି : ୫ ଜିଲ୍ଲାରେ ପ୍ରବଳ ବର୍ଷା

ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ମୁଖ୍ୟତଃ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ବର୍ଷା ଜାରି ରହିଛି । ଫଳରେ ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ଅଦ୍ୟତନ ହୋଇଛି
barsa

କନକବ୍ୟୁରୋ: ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ମୁଖ୍ୟତଃ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ବର୍ଷା ଜାରି ରହିଛି । ଫଳରେ ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

 କଟକ ଓ ଭୁବନେଶ୍ବରରେ ସାମାନ୍ୟ ବର୍ଷା ହେଉଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଳାରେ ବି ଝିପିଝିପି ବର୍ଷା ହେଉଥିବା ଜଣାଯାଇଛି ।

ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଜୋରରେ ପବନ ବହୁଛି । ଶୁକ୍ରବାର ଚାନ୍ଦବାଲିରେ ସର୍ବାଧିକ ୧୫୮.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି କେନ୍ଦ୍ରାପଡ଼ା ରାଜକନିକାରେ ୧୫୬ ମିଲିମିଟର, ଭଦ୍ରକ ବାସୁଦେବପୁର, କେନ୍ଦ୍ରାପଡ଼ା ମାର୍ଷାଘାଇରେ ୧୧୦ ମିଲିମିଟର, ରାଜନଗରରେ ୧୦୦ ମିଲିମିଟର, ମହାକାଳପଡ଼ା, ଆଳିରେ ୯୦ ଓ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । 

ପାରାଦୀପରେ ୭୬.୪ ମିଲିମିଟର ବର୍ଷା ହୋଇଛି।  ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe