କନକ ବ୍ୟୁରୋ: ଡିଜିଟାଲ ମିଟର ବସାଇବାକୁ ଯାଇ ହଟହଟା ହେଲେ ବିଦ୍ୟୁତ ବିଭାଗ କର୍ମଚାରୀ। ବିଦ୍ୟୁତ ଟ୍ରାନ୍ସଫର୍ମର ସହ ଅନ୍ୟ ସମସ୍ୟାର ସମାଧାନ ହେଲେ ଗାଁକୁ ପ୍ରବେଶ କରିବାକୁ ଗ୍ରାମବାସୀ ଦେଲେ ଚେତାବନୀ। ଗଞ୍ଜାମ ଆସ୍କା ମଣ୍ଟାପୋଡା ଗାଁରୁ ଏଭଳି ଅଭାବନୀୟ ଖବର ସାମ୍ନାକୁ ଆସିଛି । ସକାଳ ୧୧ଟା ସମୟରେ ଟାଟା ପାୱାରର କର୍ମଚାରୀ ମାନେ ପୁଲିସ ଫୋର୍ସ ଧରି ଗାଁରେ ଡିଜିଟାଲ ମିଟର ବସାଇବାକୁ ପହଞ୍ଚିଥିଲେ। ଏହି ସମୟରେ ଗ୍ରାମବାସୀ ମାନେ ଏକାଠି ହୋଇ ବିଦ୍ୟୁତ ବିଭାଗ କର୍ମଚାରୀ ମାନଙ୍କୁ ଘେରିଯାଇଥିଲେ । ପ୍ରଥମେ ଗାଁରେ ଥିବା ଟ୍ରାନ୍ସଫର୍ମର ସହ ଅନ୍ୟ ସମସ୍ୟାର ସମାଧାନ ହେଲେ ଯାଇ ଗାଁରେ ଡିଜିଟାଲ ମିଟର ଲଗାଇବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଥିଲେ। ଉଭୟଙ୍କ ମଧ୍ୟରେ ୩ଘଣ୍ଟା ଧରି ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନାହିଁ । ଶେଷରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଗାଁରୁ ଫେରିଯାଇଥିବା ଦେଖିବାକୁ ମିଳିଛି।
ହଟହଟା ହେଲେ ବିଦ୍ୟୁତ ବିଭାଗର କର୍ମଚାରୀ । ଡିଜିଟାଲ ମିଟର ବସାଇବାକୁ ଯାଇଥିଲେ, ହଟହଟା ହେଇ ଫେରିଲେ ।
Advertisment
Follow Us